Hot Posts

6/recent/ticker-posts

ନାଗାବଳୀ ନଦୀରେ ଫସିଲା ଟ୍ରାକ୍ଟର,ଦୁଇ ଜଣ ମୃତ୍ଯୁମୁଖରୁ ବଞ୍ଚିଲେ

ରାୟଗଡ଼ା, ୨୯/୦୭ ( ଭି. ଗୌରି ଶଙ୍କର ରାଓ ) : ନାଗାବଳୀ ନଦୀରେ ଫସିଲା ଟ୍ରାକ୍ଟର। ଫଳରେ ଦୀର୍ଘଘଣ୍ଟା ଧରି ଡ୍ରାଇଭର୍ ଓ ଜଣେ ନାବାଳକ ପାଣି ଭିତରେ ଫସିଯାଇଥିଲେ। ପାଣିର ସ୍ରୋତରେ ଦୁଇ ଜଣ ଫସିଯାଇଥିବା ବେଳେ ଜଣେ ଯୁବକ ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି ଦୃଶ୍ଯ ହେଉଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ଇମାଲିଗୁଡା ଅଞ୍ଚଳର ଦୃଶ୍ଯ। ଗ୍ରାମର ପ୍ରକାଶ ପେଦେଣ୍ଟି ଟ୍ରାକ୍ଟର ଯୋଗେ ନାଗବଳୀ ନଦୀ ପାର ହୋଇ ନିଜ ଚାଷ ଜମିକୁ ଯାଇଥିଲେ। ହେଲେ ଫେରିବା ବେଳେ ନଦୀରେ ପ୍ରବଳ ସ୍ରୋତରେ ବର୍ଷା ଜଳ ମାଡି ଆସିଥିଲା। ପାଖରେ ତାଙ୍କ ସଂପର୍କୀୟ ନାବାଳକ ପୁତୁରା ହରି ପେଦେଣ୍ଟି ମଧ୍ଯ ରହିଥିଲେ। ତେବେ ନଦୀରେ ପାଣି ପ୍ରବଳ ବେଗରେ ଆସିବା ଯୋଗୁଁ ଦୁହେଁ ଦୀର୍ଘ ଘଣ୍ଟା ଧରି ନଦୀ ଗର୍ଭରେ ରହିଯାଇଥିଲେ। ପାଣିର ବେଗ ଦେଖି ଭିତରକୁ ଯିବାକୁ କେହି ସାହାଶ କରିନଥିବା ବେଳେ ଇନ୍ତାଲିଗୁଡା ର ଜଣେ ଯୁବକ ନଦୀ ଭିତରେ ପସି ଉଦ୍ଧାର କରିଥିଲେ। ଦୁହେଁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ଇନ୍ତାଲିଗୁଡା ନିକଟରେ ନାଗାବଳୀ ନଦୀ ପ୍ରବାହିତ ହେଉଥିବା ବେଳେ ଅନେକ ଗ୍ରାମ ନଦୀ ଆରପାଖରେ ରହିଛି। ସେହିପରି ଗ୍ରାମବାସୀ ଙ୍କ ଜମି ମଧ୍ଯ ରହିଛି। ଏଣୁ ନଦୀ ଉପରେ ଏକ ସ୍ଥାୟି ପୋଲ ନିର୍ମାଣ କଲେ ପ୍ରାୟ ୧୦ଖଣ୍ଡ ଗ୍ରାମର ଲୋକେ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି।