ଠିକା କେମ୍ପ ରେ ଅଘଟଣ ପାଇପ ତଳେ ଚାପି ହୋଇ ଶ୍ରମିକ ଗୁରୁତର
କୋକସରା, ୦୯/୦୭ ( ରିତେଶ ମୁଣ୍ଡ ) : ଏହି ଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର ଗତ କୁସୁମ ଖୁଣ୍ଟି ମେଘା ପାନୀୟ ଯୋଗାଣ ଠିକା କେମ୍ପା ରେଆଜି ପାଇପି କାଟୁଥିବା ସମୟରେ ହଠାତ ରାଜସ୍ଥାନ ର ଶ୍ରମିକ ନଦିମ ଖାମ କାମ କରୁ ଥିବା ବେଳେ ନଦିମ ଖାମ ଙ୍କ ଅଣ୍ଟା ତଳକୁ ପାଇପ ତଳେ ଚାପି ହେଇ ଥିଲେ. ଠିକା ସସ୍ଥା ର ଜେସିବି କ୍ରେନ ସାହାଯ୍ୟ ରେ ଉଦ୍ଧାର କରାଯାଇଥିଲା କୁନ୍ତୁ ବିଫଳ ହେବା ପରେ କୋକସରା ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ପହଂଚି ବହୁ କଷ୍ଟରେ ଶ୍ରମିକ ସୁରକ୍ଷିତ ଭାବରେ ଉଦ୍ଧାର କରି ଥିଲେ ଏବଂ ଦେହ ଅସୁସ୍ଥ ହେବାରୁ ସ୍ଥାନୀୟ କୋକସରା ଚିକିତ୍ସା ଲୟ ରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ କୁ ସ୍ଥାନାନ୍ତର କରା ଯାଇଛି ବିନ ସୁରକ୍ଷା ଉପକାରଣ ଏଠାରେ ବିପଦ ଜନକ କାମ କରାଯାଉଛି