Hot Posts

6/recent/ticker-posts

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳ ପଣସ ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ଚୟନ ରେ ଅନିୟମିତତା।

ମାଲକାନଗିରି, ୩୦/୦୬ ( ଶ୍ରୀ ଶରତ ଚନ୍ଦ୍ର ଖରା ) : ରାଜ୍ୟସରକାର ଆରମ୍ଭ କରିଥିବା ଶିଶୁ ବାଟିକା ପ୍ରକଳ୍ପ ରାଜ୍ୟର ପ୍ରତ୍ୟେକ ସ୍କୁଲରେ କାର୍ଯ୍ୟ କାରି ହେଉଥିବା ବେଳେ ବିଦ୍ୟାଳୟ ର SMC କମିଟି ବୈଠକ କରି ସେହି ବିଦ୍ୟାଳୟର ଆଖ ପାଖ ଅଞ୍ଚଳରୁ ଶିଶୁ ସେବିକା ଚୟନ କରିଥାନ୍ତି କିନ୍ତୁ ପଣସ ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିନା SMC କମିଟି ବୈଠକ ରେ କୋରକୋଣ୍ଡା ବ୍ଳକ ଅନ୍ତର୍ଗତ ସଦାଶିବ ପୁର ଗ୍ରାମର ଏକ ଝିଅ କୁ କି ପରି ଏବଂ କିଏ ଚୟନ କରାଗଲା ସେ ବର୍ତ୍ତମାନ ପଣସ ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ଭାବରେ କାର୍ଯ୍ୟରତ ଯେହେତୁ ସେ ଆମ ଅଞ୍ଚଳ ର ନୁହନ୍ତି କିନ୍ତୁ ଏଇ ସ୍କୁଲ ରେ କାର୍ଯ୍ୟ ରତ ଜଣେ ଶିକ୍ଷକ ଶ୍ରୀ ରାଜକିଶୋର ହନ୍ତାଳ ଙ୍କ ଘରେ ସେ ରହୁଥିବା ବେଳେ ବିଶେଷ ସୁତ୍ରରୁ ଜଣାପଡିଛି ଯେ ଉକ୍ତ ଶିକ୍ଷକ ଜଣଙ୍କ ହିଁ ଏ ସବୁ କରିଥିବା ଅନୁମାନ କରି ସ୍ଥାନୀୟ ଶିକ୍ଷିତ ଯୁବକ ମାନେ ଆଜି ପଣସ ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦେଇଛନ୍ତି।ଯଦି ଏହାର ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଦାବି କରିଛନ୍ତି। ଏବଂ ଦିର୍ଘ ବର୍ଷ ହେବ ଶିକ୍ଷକ ଶ୍ରୀ ରାଜକିଶୋର ହନ୍ତାଳ ପଣସ ପୁଟ ସ୍କୁଲ ରେ ରହି ଥିବାରୁ ତାଙ୍କୁ ତୁରନ୍ତ ଏଠାରୁ ବଦଳି କରାଯାଉ ବୋଲି ଅଭିଯୋଗ ହୋଇଛି। ତୁରନ୍ତ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଉପସ୍ଥିତ ଯୁବକ ମାନେ ମତପ୍ରକାଶ କରିଛନ୍ତି। ବିଗତ ଦିନ ମାନଙ୍କରେ ମଧ୍ୟ ଏହି ସ୍କୁଲ ରେ ଅନେକ ଏଇ ଭଳି କାର୍ଯ୍ୟ ହୋଇଛି କିନ୍ତୁ କୋୖଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ହେତୁ ଅଞ୍ଚଳ ବାସି ଦୁଃଖିତ ବର୍ତ୍ତମାନ ଯଦି କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ସ୍କୁଲ୍ ରେ ତାଲା ପକାଇ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି।