Hot Posts

6/recent/ticker-posts

ନାଟକ ପରିବେଷଣରେ ଯାତ୍ରା ମଞ୍ଚରେ ଲାଗିଲା ନିଆଁ

ବ୍ରହ୍ମପୁର, ୩୦/୦୬ ( ଜେ. କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲାର ଅଧିକାଂଶ ଗ୍ରାମରେ ଦୁଇ ଯାତ୍ରା ଦଳକୁ ନେଇ ସାମ୍ନାସାମନି ପ୍ରତିଦ୍ବନ୍ଦିତା ମୂଳକ ପୌରାଣିକ ନାଟକ ପରିବେଷଣ କରାଯାଉଛି।ଏହା ଫଳରେ ଉଭୟ ଦଳ ନିଜକୁ ଶ୍ରେଷ୍ଠ ପ୍ରତିପାଦନ କରିବା ପାଇଁ ପୌରାଣିକ ଚରିତ୍ର ଠାରୁ ଦୁରେଇ ଆଧୁନିକତାର ଆଶ୍ରୟ ନେଉଛନ୍ତି। ପ୍ରଶାସନ ଠାରୁ କୌଣସି ଅନୁମତି ନ ନେଇ ଯାତ୍ରା ଦଳ ବିଭିନ୍ନ ଦୁଃସାହାସିକ କ୍ରୀଡା ପ୍ରଦର୍ଶନ କରିବା ସହ ବିପଦପୂର୍ଣ୍ଣ ଆତସବାଜି ଓ ମାରଣାସ୍ତ୍ର ବ୍ୟବହାର କରୁଛନ୍ତି।ଯାହା ଫଳରେ ଅନେକ ସମୟରେ ଅଘଟଣ ଘଟୁଛି। ସେହିପରି ଲାଞ୍ଜିଆ ଯାତ୍ରାରେ ଦୁଇଦଳ ପକ୍ଷରୁ ରାମାୟଣ ନାଟକ ପରିବେଷଣ ବେଳେ ବଉଳ ଝୋଳି ନାଟକ ମଞ୍ଚରେ ଲାଗିଲା ଭୟଙ୍କର ନିଆଁ।ଷ୍ଟେଜ, ଲାଇଟ, ଟେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।ମଞ୍ଚ ତଳେ ବହୁ ପରିମାଣରେ ଆତସବାଜି ରଖା ଯାଇଥିବା ବେଳେ ଅସାବଧାନତା କାରଣରୁ ସେଥିରେ ନିଆଁ ଲାଗିଥିଲା ବୋଲି ଜଣାପଡିଛି। ଫଳରେ ଲୋକମାନେ ଜୀବନ ବିକଳରେ ଯିଏ ଯୁଆଡ଼େ ଦୌଡିବାକୁ ଲାଗିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗାଁରେ ଚାଲିଥିବା ରାମାୟଣ ନାଟକ ପରିବେଷଣ ବେଳେ ଜୀବନ୍ତ ଅଭିନୟ ନାଁରେ ବାଣ ଫୁଟାଇବା ଓ ଷ୍ଟଣ୍ଟ ଦେଖାଇବାରୁ ଘଟିଥିଲା ଏଭଳି ଅଘଟଣ। ଅଳ୍ପକେ ବର୍ତ୍ତିଲେ ଶହ ଶହ ଦର୍ଶକ। ତେବେ ବିନା ଅନୁମତିରେ କିଭଳି ବିପଦପୂର୍ଣ୍ଣ ବାଣ ଫୁଟା ପ୍ରଦର୍ଶନକୁ ନେଇ ଉଠିଲା ପ୍ରଶ୍ନ।ଦଣ୍ଡଯାତ୍ରା ସମୟରେ ସାମାଜିକ ନାଟକରେ ଅଶ୍ଳୀଳତା ଦର୍ଶାଇ ପ୍ରଶାସନ ପକ୍ଷରୁ କଟକଣା ଲଗା ଯାଇଥିବା ବେଳେ ଏବେ ପୌରାଣିକ ନାଟକ ପ୍ରତି ପ୍ରଶାସନର ଉଦାସୀନତା ଚିନ୍ତାର ବିଷୟ ପାଲଟିଛି।