ସୁନାଚୋରି ମାମଲାରେ ସଂପୃକ୍ତ ୩ଜଣ ଗିରଫ : ଅଳଙ୍କାର ଜବତ
ପୋଲସରା, ୨୯/୦୬ ( ଜେ. କେ. ପଟ୍ଟନାୟକ ) : ପୋଲସରା ଥାନାରେ ଗତ ଚାରି ପାଞ୍ଚ ମାସ ତଳେ ବିଭିନ୍ନ ଗ୍ରାମରୁ ବନ୍ଦ ଘରୁ ସୁନା ଚୋରି ହୋଇ ଥିବା ପୋଲସରା ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପୋଲସରା ପୋଲିସ୍ କୁ ଏକ ପ୍ରକାର ଚ୍ୟାଲେଞ୍ଜ୍ ସମ୍ମୁଖୀନ ହେବାକୁ ପଡ଼ି ଥିଲା । ଦିନ ରାତି ଜୋରଦାର୍ ପୋଲିସ୍ ପେଟ୍ରୋଲିଙ୍ଗ୍ ହେଉଥିବା ବେଳେ ଗତକାଲି ରବିବାର ରାତିରେ ପୋଲସରା ପୋଲିସ ପଞ୍ଝାରେ ୩ ଜଣ ପଡ଼ି ଯାଇଥିଲେ । ଯାହା ଏମାନେ ଏରୋଗୋଲା ତଥା ମୁଣ୍ଡପୋତା ଶ୍ରେଣୀର ୫ ଜଣ ସଂପୃକ୍ତି ଥିବା ବେଳେ ଧରପଗଡ଼ ସମୟରେ ୩ ଜଣକୁ ଗିରଫ କରାଯାଇଛି । ଏନେଇ ସୋମବାର ପୋଲସରା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ଏପରିକି ପୁରଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଓ ପୋଲସରା ଥାନା ଅଧିକାରୀ କୌଶିକ ମାଝୀଙ୍କ ସୂଚନା ପ୍ରକାରେ ସୁନା ଚୋରି କରିଥିବା ଦୁର୍ବୁତ୍ତ ମାନେ ହେଲେ ଗରେଇଝୁଳି ଗ୍ରାମର ରାଜିବ ପାତ୍ର( ୩୨) ରଞ୍ଜିତ ନାହାକ ଓରଫ୍ ( ପାଣ୍ଡା,୨୭ ) ଓଡ଼ଗାଁ ଥାନାର ଗଜେନ୍ଦ୍ର ପଲ୍ଲୀ ଗ୍ରାମର ( ଆଲକାନୁ ଜିତୁ (୩୩) । ଏସବୁ ସୁନା କିଣାବିକାରେ ସଂପୃକ୍ତ ଥିବା ଜ୍ୟୋଲେର୍ସ ମାଲିକ ବାଲିପଦର ଜି. ଅରବିନ୍ଦ ପାତ୍ର ନୋଟିସ କରି ଜେରା କରାଯାଇଥିବା ସୂଚନା ପ୍ରଦାନ କରିଥିଲେ । ଯାହାକି ଜବତ ହୋଇଥିବା ୧୧୨ ଗ୍ରାମ୍ ସୁନା , ୨୫୬ ଗ୍ରାମ୍ ରୁପା ସହ ନଗଦ ୩ ହଜାର ୫ ଶହ ଟଙ୍କା , ଗୋଟିଏ ବାଇକ୍ ସହ ଚୋରିରେ ବ୍ୟବହୃତ ସରଞ୍ଜାମ ଜବତ ହୋଇ ଥିବା ବେଳେ ୩ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ପ୍ରଦାନ କରିଛନ୍ତି ପୁରଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ।