ମିଣିଆ ପଞ୍ଚାୟତରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ, ୨୭/୦୬ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ମିଣିଆ ପଞ୍ଚାୟତ ଠାରେ କେନ୍ଦ୍ର ସରକାର ଙ୍କ ୧୨ ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିକାଶ ଧାରା ଓଡ଼ିଶା ସାରା’ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ମିଣିଆ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜନ କହଁର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଗା ଶିବିରରେ ମୁଖ୍ୟ ଅତିଥି ଫୁଲବାଣୀ ବିଧାୟକ ଙ୍କ ମେଡିକାଲ ସ୍ୱାସ୍ଥ୍ୟ ପ୍ରତିନିଧି ନୀଳାମ୍ବର କହଁର, ଫୁଲବାଣୀ ବିଜେପି ମଣ୍ଡଳ ସଭାପତି ଗୋଲକ କହଁର, ଅତିଥି ବିଜେପି ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ମହାନ୍ତି, ସିଡିପିଓ ବୈଜୟନ୍ତୀ ମଲ୍ଲିକ, ଏଡିଓ ସତ୍ୟଜିତ ଦିଗାଲ, ନ୍ୟାୟ ସରପଞ୍ଚ କନିମା ପ୍ରଧାନ, ମନରଞ୍ଜନ ବେହେରା ଙ୍କ ସମେତ ଅଙ୍ଗନବାଡି କର୍ମୀ , ସି ଆର ପି, ଏମ୍ବିକେ, ପ୍ରାଣୀମିତ୍ର, କୃଷିମିତ୍ର, ପଞ୍ଚାୟତ କର୍ମୀ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ। ସରକାରଙ୍କ ଯୋଜନା ବାବଦରେ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ କିଛି ଅଙ୍ଗନବାଡି କର୍ମୀଙ୍କୁ ମୋବାଇଲ ଫୋନ ପ୍ରଦାନ କରାଯାଇଥିଲା।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ