Hot Posts

6/recent/ticker-posts

ଭବାନୀପାଟଣାରେ ବାଇକ୍ ମାଷ୍ଟର୍ସର ୧୧୫ତମ ଶାଖା ଶୁଭ ଉଦ୍ଘାଟିତ

ଭବାନୀପାଟଣା, ୨୪/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) :* ଭାରତର ବିଶ୍ୱସ୍ତ ଦୁଇଚକିଆ ଯାନ ସେବା ନେଟୱାର୍କ ବାଇକ୍ ମାଷ୍ଟର୍ସ ଇଣ୍ଡିଆ ପକ୍ଷରୁ ଭବାନୀପାଟଣା ସହରର ଦୁର୍ଗା ମଣ୍ଡପ ଛକ, ଗୋଶାଳାପଡ଼ା ଠାରେ ଏହାର ୧୧୫ତମ ଶାଖାର ଶୁଭ ଉଦ୍ଘାଟନ ହୋଇଯାଇଛି। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଗ୍ରାଣ୍ଡ ଲଞ୍ଚ ଉତ୍ସବରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ଗ୍ରାହକ ଓ ଦୁଇଚକିଆ ଯାନପ୍ରେମୀମାନେ ଯୋଗଦେଇଥିଲେ। ଉଦ୍ଘାଟନ ଅବସରରେ ଗ୍ରାହକଙ୍କ ସହ ପାରସ୍ପରିକ ଆଲୋଚନା, ମାଗଣା ଯାନ ଯାଞ୍ଚ ଶିବିର, ବିଶେଷ ଉଦ୍ଘାଟନୀ ରିହାତି ଅଫର, କାର୍ଯ୍ୟଶାଳା ପରିଦର୍ଶନ ଓ ସେବା ପ୍ରଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଅତିଥି ଓ ଗ୍ରାହକମାନେ ବାଇକ୍ ମାଷ୍ଟର୍ସର ଆଧୁନିକ ସେବା ସୁବିଧା, ଉନ୍ନତ ଯନ୍ତ୍ରପାତି ଏବଂ ଉଚ୍ଚମାନର ସେବା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ। ଦେଶବ୍ୟାପୀ ବାଇକ୍ ମାଷ୍ଟର୍ସ ଇଣ୍ଡିଆର ୧୧୫ରୁ ଅଧିକ ଶାଖା କାର୍ଯ୍ୟରତ ରହିଛି। ଦକ୍ଷ କାରିଗର, ଗୁଣାତ୍ମକ ସେବା ଏବଂ ଗ୍ରାହକ ସନ୍ତୁଷ୍ଟି ପ୍ରତି ଦୃଢ଼ ପ୍ରତିବଦ୍ଧତା ଯୋଗୁଁ ସଂସ୍ଥାଟି ଦେଶବ୍ୟାପୀ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସଂସ୍ଥାର ପ୍ରତିନିଧିମାନେ କହିଛନ୍ତି ଯେ, ଭବାନୀପାଟଣା ଶାଖା ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସୁଲଭ ମୂଲ୍ୟରେ ଉଚ୍ଚମାନର ଦୁଇଚକିଆ ଯାନ ସେବା ଯୋଗାଇ ଦିଆଯିବ। ଏହା ସହିତ ଯାନର ସଠିକ୍ ରକ୍ଷଣାବେକ୍ଷଣ ଓ ସଡ଼କ ସୁରକ୍ଷା ସମ୍ପର୍କରେ ଗ୍ରାହକଙ୍କ ମଧ୍ୟରେ ସଚେତନତା ମଧ୍ୟ ବୃଦ୍ଧି କରାଯିବ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ