Hot Posts

6/recent/ticker-posts

ସ୍ୱେଚ୍ଛାକୃତ ରକ୍ତଦାନ କରି ପ୍ରଶଂସା ସାଉଁଟିଲେ ରମେଶ ଚନ୍ଦ୍ର ତାଡ଼ିଙ୍ଗି

ଝରିଗାଁ, ୧୯/୦୬ (ନକୁଳ ଭତରା) : ଜରୁରୀ ସମୟରେ ରକ୍ତଦାନ କରି ମାନବିକତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି ଝରିଗାଁ ବ୍ଲକର କର୍ମଚାରୀ ରମେଶ ଚନ୍ଦ୍ର ତାଡ଼ିଙ୍ଗି। ବାଣୁଆଗୁଡ଼ା ଗ୍ରାମର ଜଣେ ଗର୍ଭବତୀ ମହିଳା (ଗୋମତୀ)ଙ୍କ ପାଇଁ ଜରୁରୀ ରକ୍ତ ଆବଶ୍ୟକ ଥିବା ଖବର ପାଇବା ପରେ ସେ ତୁରନ୍ତ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। ସୂଚନା ଅନୁସାରେ, ରମେଶ ଚନ୍ଦ୍ର ତାଡ଼ିଙ୍ଗି ବ୍ୟକ୍ତିଗତ କାର୍ଯ୍ୟରେ ଉମରକୋଟ ଯାଇଥିବା ବେଳେ ତାଙ୍କ ବନ୍ଧୁ ସୁଶାନ୍ତଙ୍କଠାରୁ ଗର୍ଭବତୀ ମହିଳାଙ୍କ ପାଇଁ ରକ୍ତର ଜରୁରୀ ଆବଶ୍ୟକତା ବିଷୟରେ ଜାଣିବାକୁ ପାଇଥିଲେ। ଅନୁରୋଧ ପାଇବାର ମାତ୍ର ପାଞ୍ଚ ମିନିଟ୍‌ ମଧ୍ୟରେ ସେ ସ୍ୱଇଚ୍ଛାରେ ରକ୍ତଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ। ନିଜ କାର୍ଯ୍ୟବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ସେ ତୁରନ୍ତ ଉମରକୋଟ ମେଡିକାଲରେ ପହଞ୍ଚି ରକ୍ତଦାନ କରିଥିଲେ। ତାଙ୍କର ଏହି ସହଯୋଗ ଫଳରେ ଗର୍ଭବତୀ ମହିଳାଙ୍କ ଚିକିତ୍ସାରେ ବଡ଼ ସହାୟତା ମିଳିବା ସହ ପରିବାର ସଦସ୍ୟମାନେ ଆଶ୍ୱସ୍ତ ହୋଇଛନ୍ତି। ରମେଶ ଚନ୍ଦ୍ର ତାଡ଼ିଙ୍ଗିଙ୍କ ଏହି ନିସ୍ୱାର୍ଥପର ସେବା ଓ ମାନବିକ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଉଛି। ବିଭିନ୍ନ ମହଲର ବ୍ୟକ୍ତିବିଶେଷ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଏହାକୁ ସମାଜ ପାଇଁ ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି କହିଛନ୍ତି। ରକ୍ତଦାନ ମାଧ୍ୟମରେ ଜୀବନ ବଞ୍ଚାଇବାର ବାର୍ତ୍ତାକୁ ରମେଶ ଚନ୍ଦ୍ର ଆହୁରି ସୁଦୃଢ଼ କରିଛନ୍ତି