Hot Posts

6/recent/ticker-posts

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପାଇଁ ମୁଣ୍ଡିମାଲରେ ତାତିଲା ଆନ୍ଦୋଳନ; ପାଠପଢ଼ା ବନ୍ଦ, ସ୍କୁଲରେ ତାଲାବନ୍ଦ

ଝରିଗାଁ ତା ୧୮/୦୬ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ମୁଣ୍ଡିମାଲ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ଦାବିରେ ଗୁରୁବାର ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲାବନ୍ଦ କରି ପ୍ରତିବାଦ ଜଣାଇଛନ୍ତି।  ଆଜି ସାରା ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟ ଖୋଲିଥିବା ବେଳେ ଝରୀଗାଁ ବ୍ଲକର ଏକ ସ୍କୁଲରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ଦାବିରେ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ସ୍କୁଲ ବନ୍ଦ କରିଦେଇଛନ୍ତି ଗ୍ରାମବାସୀ। ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ମୁଣ୍ଡିମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ସୂଚନା ଅନୁଯାୟୀ, ମୁଣ୍ଡିମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ସାମିଲ କରି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ଦୀବି କରି ଗ୍ରାମ ବାସୀ ଅସୁଥିଲେ ମୁଣ୍ଡିମାଲ, ସିନ୍ଧିଭଟା, କର୍ଲାମାଲ ଓ ମହୁଲକୋଟ ଗ୍ରାମର ଲୋକମାନେ ଏକତ୍ରିତ ହୋଇ ମୁଣ୍ଡିମାଲ ପ୍ରାଥମିକ ବିଦ୍ୟାଳୟକୁ ହିଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଭାବେ ଘୋଷଣା କରିବା ପାଇଁ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି। ସେମାନଙ୍କ ମତରେ, ବିଦ୍ୟାଳୟଟି ମୁଣ୍ଡିମାଲରେ ରହିଲେ ଆଖପାଖ ଗ୍ରାମର ଛାତ୍ରଛାତ୍ରୀମାନେ ଅଧିକ ସୁବିଧା ପାଇପାରିବେ। ଏହି ଦାବିକୁ ନେଇ ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲାବନ୍ଦ କରି ପ୍ରତିବାଦ କରିଥିବା ବେଳେ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ (ବ୍ଲକ ଶିକ୍ଷା ଅଧିକାରୀଙ୍କୁ) ଏବିଓଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସରକାରୀ ମାନଦଣ୍ଡ ଅନୁଯାୟୀ ଇଚ୍ଛାପୁରରେ ୫ ଏକର ଜମି ଉପଲବ୍ଧ ଥିବାବେଳେ ମୁଣ୍ଡିମାଲରେ ମାତ୍ର ୧ ଏକର ୪୨ ସେଣ୍ଟ ଜମି ରହିଛି। ଅଧିକ ଜମି ଉପଲବ୍ଧ ଥିବାରୁ ସରକାରୀ ନିର୍ଦ୍ଦେଶ ଅନୁସାରେ ଇଚ୍ଛାପୁରକୁ ବିଦ୍ୟାଳୟ ସବିତିପ୍ରସ୍ତ କରାଯାଇଛି। ଏହି ଆନ୍ଦୋଳନରେ ସ୍କୁଲ ସଭାପତି ଜଗନ୍ନାଥ ଜାନୀ, ଅମରସିଂ ଜାନି, ରାଶିମ ଜାନି, ଜମାଧର ଜାନି, ଶୁକ୍ର ଜାନି, ଲେମ୍ବୁଧ ଗଣ୍ଡ, ବାଞ୍ଛା ନାୟକ, ରୂପଧର ଗୌଡ଼, ଖଗପତି ନାୟକ, ରାଘବ ଜାନି ମହାନ ହରିଜନ ସମେତ ଅନେକ ଗ୍ରାମବାସୀ ଓ ଅଭିଭାବକ ସାମିଲ ହୋଇଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି ଦେଖିବା ବାକିରହିଲା