Hot Posts

6/recent/ticker-posts

ମନରେଗା ଯୋଜନାରେ ମହାଦୁର୍ନୀତି, କାମ ନ କରି ଅର୍ଥ ହରିଲୁଟ.

ଜୟପାଟଣା, ୨୯/୦୬ ( ରିତେଶ କୁମାର ମୁଣ୍ଡ ) : ରାଜ୍ୟରେ ଦାଦନ ସମସ୍ୟା ର ସ୍ଥାୟୀ ସମାଧାନ ଓ ଗରିବ ଶ୍ରମିକ ଙ୍କୁ ସ୍ଥାନୀୟ ଅଞ୍ଚଳ ରେ ଶହେ ଦିନର ରୋଜଗାର ଯୋଗାଇ ଦେବା ପାଇଁ ସରକାର ପ୍ରଣୟନ କରିଥିବା ମନରେଗା ଯୋଜନା ଏବେ କଳାହାଣ୍ଡି ଜିଲ୍ଲା ରେ ବାଟବଣା ହୋଇଛି. କିଛି ଅସାଧୁ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ମଧୁ ଚନ୍ଦ୍ରିକା ଯୋଗୁ ଏହି ଜନକଲ୍ୟାଣକାରୀ ଯୋଜନା ଏବେ ମାଲାମାଲ ହେବାର ସହଜ ମାଧ୍ୟମ ସାଜିଛି.ଏଭଳି ଏକ ସଂଗୀନ ତଥା ଚାଞ୍ଚଲ୍ୟକାର ଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ଗ୍ରାମ ପଞ୍ଚାୟତ ରୁ. ଏଠାରେ ଶ୍ରମିକ ଙ୍କ ପେଟରେ ଲାତ ମାରି ଆର୍ଥିକ ବର୍ଷ 2025-26ରେ ହରିଜନ ପଡା ରୁ କୂଳେର ଭଟା ରାସ୍ତାର ଉନ୍ନତିକରଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ଆସିଛି. କିନ୍ତୁ ସ୍ଥାନୀୟ ଗାଁ ସାଥୀଙ୍କ ସ୍ୱାମୀ ସୁଶାନ୍ତ କୁମାର ସାହୁ ଠିକାଦାର ସାଜି ସରପଞ୍ଚ ଙ୍କ ଗେଲ୍ଲା ପୁଅ ଭାବି କାମ ନକରି ଖାଲି nmms ଫଟୋ ମାରିକି ସରକାରୀ ଅର୍ଥ କୁ ନିଜ ପକେଟ ଗରମ କରିବାରେ A D E 0 ଲମ୍ବୋଦର ନାଏକ ଏବଂ j e ସୁଦୀପ୍ତ ରାଉତ କେଉଁ ସ୍ୱାର୍ଥରେ ଗାଁ ସାଥି ଙ୍କ ସ୍ୱାମୀ ସୁଶାନ୍ତ କୁମାର ସାହୁଙ୍କୁ ସରକାରୀ ଅର୍ଥ କୁ ଲୁଟିବାରେ ସାହାଯ୍ୟ କରୁଛନ୍ତି, ପ୍ରକାଶ ଥାଉ କି ଯେ କିଛି କାମ ନକରି ଡିମାଣ୍ଡ ଭରିକି 53508 ଟଙ୍କା ଜବ କାର୍ଡ ହିତାଧିକାରୀ ଙ୍କ ନାମରେ fto କରି ଛନ୍ତି. ବର୍ତମାନ ମଧ୍ୟ୍ୟ ମାଷ୍ଟର ରୋଲ ବାହାର କରିକି ପୁଣି ଥରେ nmms ଚାଲିଛି. ବ୍ଲକ ପ୍ରଶାସନ ଦୃଷ୍ଟି ନ ଦେବାର କାରଣ କଣ ହୋଇପାରେ. ତାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି. ଦୀର୍ଘ ଦିନ ରୁ ଚାଲିଥିବା ଏହି ଦୁର୍ନୀତି ର ପର୍ଦାଫାଶ କରିବା ସହ ଗରିବ ଶ୍ରମିକ ଙ୍କୁ କାମ ଯୋଗାଇ ଦେଇ ସମସ୍ତ କାର୍ଯ୍ୟ ର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଦୃଢ ଦାବି କରିଛନ୍ତି l