Hot Posts

6/recent/ticker-posts

ଶଙ୍କରାଖୋଲ ପଞ୍ଚାୟତ ଠାରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚକାପାଦ, ୨୯/୦୬ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଶଙ୍କରାଖୋଲ ପଞ୍ଚାୟତ ଠାରେ କେନ୍ଦ୍ର ସରକାର ଙ୍କ ୧୨ ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିକାଶ ଧାରା ଓଡ଼ିଶା ସାରା’ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହାକୁ ପୂର୍ବତନ ନାଏବ ସରପଞ୍ଚ ତରସିଲା ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପିଜେପି ଜିଲ୍ଲା କାର୍ଯ୍ୟ କରିଣୀ ସଦସ୍ୟ ମନୋଜ କୁମାର ଗୌଡ଼, ସନମାନିତ ଅତିଥି ବିଜେପି ପଞ୍ଚାୟତ ସଭାପତି ପ୍ରଫୁଲ କହଁର, ଏମ୍ବିକେ ସତବନ୍ତି ଦିଗାଲ, ଏଡିଓ ରିତାରାଣୀ ନାୟକ, ଜିଆରଏସ ପ୍ରମୋଦ କୁମାର ଦିଗାଲ, ଯୋଗାଣ ସହାୟକ ସୁନିଲ ରଣା, ସାମ୍ବାଦିକ ବାଳକୃଷ୍ଣ କହଁର, ସଞ୍ଜୟ ନାୟକ ଉପସ୍ଥିତ ରହିଥିବା ବେଳେ ଅଙ୍ଗନବାଡି କର୍ମୀ , ସି ଆର ପି, ଏମ୍ବିକେ, ପ୍ରାଣୀମିତ୍ର, କୃଷିମିତ୍ର, ପଞ୍ଚାୟତ କର୍ମୀ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ। ସରକାରଙ୍କ ଯୋଜନା ବାବଦରେ ସଚେତନତା ସୃଷ୍ଟି କରିଥିଲେ। ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୈତାରୀ ପ୍ରଧାନ ପରିଚଳନା ସହ ଧନ୍ୟବାଦ ଦେଇଥିଲେ।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।