ବିଧାନସଭା ପିଏସି କମିଟି ଅଧ୍ୟକ୍ଷା ପ୍ରମିଳା ମଲ୍ଲିକଙ୍କୁ ଅଭିନନ୍ଦନ ଓ ଶୁଭେଛା
ବିଞ୍ଝାରପୁର ୨୭/୦୬ (ପ୍ରଦୀପ କୁମାର ମଲ୍ଲିକ) : ଓଡ଼ିଶା ବିଧାନସଭାର ପବ୍ଲିକ ଆକାଉଣ୍ଟ କମିଟି (ପିଏସି) ସାର୍ବଜନିକ କମିଟିର ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତି ହେବା ପରେ ପ୍ରମିଳା ମଲ୍ଲିକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଦଳୀୟ ନେତା, କର୍ମୀ ଓ ସମର୍ଥକମାନେ ତାଙ୍କ ମାଁସଡା ବାସଭବନରେ ପହଞ୍ଚି ଫୁଲ ତୋଡା ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ନୂତନ ଦାୟିତ୍ବ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ନେତାମାନେ କହିଛନ୍ତି ଯେ ପ୍ରମିଳା ମଲ୍ଲିକ ଦୀର୍ଘ ଦିନ ଧରି ଜନସେବା ଓ ରାଜନୀତି କ୍ଷେତ୍ରରେ ସକ୍ରିୟ ରହି ଲୋକଙ୍କ ବିଶ୍ୱାସ ଅର୍ଜନ କରିଛନ୍ତି। ତାଙ୍କର ଅଭିଜ୍ଞତା, ଦକ୍ଷତା ଓ ପ୍ରଶାସନିକ କ୍ଷମତା ପିଏସି କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି। କର୍ମୀମାନେ ମଧ୍ୟ ଏହି ନିଯୁକ୍ତିକୁ ତାଙ୍କ ରାଜନୈତିକ ଜୀବନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି। ଏହି ଦାୟିତ୍ୱ ତାଙ୍କ ପ୍ରତି ରହିଥିବା ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ ବୋଲି ସେମାନେ କହିଛନ୍ତି।ପ୍ରମିଳା ମଲ୍ଲିକ ସମସ୍ତଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ତାଙ୍କ ଉପରେ ଅର୍ପିତ ଦାୟିତ୍ୱକୁ ସେ ନିଷ୍ଠା ଓ ସ୍ୱଚ୍ଛତାର ସହ ପାଳନ କରିବେ ଏବଂ ଜନସ୍ୱାର୍ଥକୁ ସର୍ବାଗ୍ରେ ରଖି କାର୍ଯ୍ୟ କରିବେ। ତାଙ୍କ ନିଯୁକ୍ତିକୁ ନେଇ ଅଞ୍ଚଳରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ବିଞ୍ଝାରପୁର ବ୍ଲକ୍ ଯୁବ ବିଜେଡ଼ି ସଭାପତି ଦିଲ୍ଲିପ କୁମାର ରାଉଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଜିଲା ପରିଷଦ ସଭ୍ୟା ମାମିନା ମଲ୍ଲିକ ପ୍ରମୁଖ ନେତା ପ୍ରମିଳାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଶୁଭେଛା ଜଣାଇଥିଲେ।