Hot Posts

6/recent/ticker-posts

ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା, କାର ଓଲଟି ଜଣେ ମୃତ

କୋମନା, ୦୭/୦୬ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା କୋମନା ଥାନା ରଜନା ବିଜୁ ଏକ୍ସପ୍ରେସ ୱେରେ କାର ଓଲଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଧମଗଡ଼ ଅଞ୍ଚଳର ତପନ ପାତ୍ର। ଏଥିରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରୁ ଏକ କାରରେ ୩ଜଣ ବ୍ୟକ୍ତି କୌଣସି କାମରେ ରାୟପୁର ସହରକୁ ଯାଉଥିଲେ। ବିଜୁ ଏକ୍ସପ୍ରେସ ୱେରେ ରଜନା ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ତପନଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟଦୁଇ ଜଣ ଆହତ ହୋଇ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। କୋମନା ପୁଲିସ ପହଞ୍ଚି ମୃତଦେହ ଜବତକରି ତଦନ୍ତ ଆରମ୍ଭ କରିଥିଲା । ଅପରାହ୍ନରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତରକରାଯାଇଥିଲା।