ହମ୍ପସ ନିର୍ମାଣ କରୁନାହିଁ ପୂର୍ତ୍ତ ବିଭାଗ: ଦୁର୍ଘଟଣାରେ ଦୁଇ ଆହତ
ବରୀ, ୧୬/୦୬ ( ରଂଜିତ ମହାନ୍ତି ) : ବରୀ ବ୍ଳକର ପ୍ରମୁଖ ରାସ୍ତା ଏବେ ବିପଦର ରାସ୍ତା ହୋଇ ଯାଇଛି । ରାସ୍ତାରେ ଦୁର୍ଘଟଣା ଏଡାଇବାକୁ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହମ୍ପସ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଥିଲା ବେଳେ ପୂର୍ତ୍ତ ବିଭାଗ କିନ୍ତୁ ଏଥିପ୍ରତି ଦୃଷ୍ଟି ଦେଇ ନାହିଁ । ଫଳରେ ଦିନକୁ ଦିନ ଏହି ରାସ୍ତାରେ ଦୁର୍ଘଟଣା ବଢି ବଢି ଚାଲିଛି । ଆଜି ବରୀ ବାଗଦା ନିକଟରେ ବାଇକ ଦୁର୍ଘଟଣା ହେବା ଫଳରେ ଦୁଇଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ । ଏହି ସ୍ଥାନରେ ଜାଗୁଳାଇ ମନ୍ଦିର ଥିବାରୁ ଗ୍ରାମ ମଧ୍ୟରୁ ଆସୁଥିବା ଲୋକେ ସବୁ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଦୁର୍ଘଟଣା ଏଡାଇବାକୁ ଏଠାରେ ହମ୍ପସ ନିର୍ମାଣ କରିବାକୁ ଦାବି ହେଉଛି । ଏଠାରେ ପୂର୍ତ୍ତ ବିଭାଗ କିନ୍ତୁ ହମ୍ପସ ନିର୍ମାଣ କରିବାକୁ କାହିଁକି ଗୁରୁତ୍ୱ ଦେଉନାହିଁ ତାହା ସମସ୍ତଙ୍କୁ ଚକିତ କରୁଛି । ଏଠାରେ ତୁରନ୍ତ ହମ୍ପସ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି