Hot Posts

6/recent/ticker-posts

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା, ୨୦/୦୬ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସର ଠାରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ଧାରା ବିକାଶ ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡିଶା ସରକାରଙ୍କ ବିକାଶର ଧାରା, ଓଡିଶା ସାରା ଦୁଇବର୍ଷ ପୂର୍ତ୍ତି ଅବସରରେ ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ପଞ୍ଚାୟତ ସମିତି କର୍ଲାମୁଣ୍ଡା ଅଧକ୍ଷ୍ୟା କୁନି ସାହୁ, ଆୟୋଜକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୃଶ୍ରୀ ସୁଚରିତା ମୁଗ୍ରୀ, ମୁଖ୍ୟବକ୍ତା ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, ସୁଶ୍ରୀ ମୁର୍ଗ୍ରୀ ପ୍ରାକୃତିକ ପ୍ରଗତିଶୀଳ କୃଷି ଉପରେ ଆଲୋଚନା କରିଥିଲେ। ବ୍ଲକର ଗୋଷ୍ଠୀ ପଶୁ ସମ୍ପଦ ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀ, ସହକାରୀ କୃଷି ଯନ୍ତ୍ରୀ, ଉଦ୍ୟାନ କୃଷି, ଅଧିଦର୍ଶକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗୀୟ କାର୍ଯ୍ୟକ୍ରମ ହୋଇଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇଥିଲେ। ଏଥିରେ ବ୍ଲକର ୧୧ଗୋଟି ପଞ୍ଚାୟତରୁ ପ୍ରାୟ ୧୦୦ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ରହିଥିଲେ।