Hot Posts

6/recent/ticker-posts

କାଳବୈଶାଖୀ ପ୍ରଭାବରେ ଖମ୍ବ ସହ ଉପୁଡ଼ି ପଡ଼ିଲା ଟ୍ରାନ୍ସଫର୍ମର

ବୋଡ଼େନ, ୨୦/୦୬ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସେ ବୋଡ଼େନ ବ୍ଲକରେ ଗୁରୁବାର ଅପରାହ୍ନ ୨ଟା ସମୟରେ କାଳବୈଶାଖୀ ବର୍ଷା, ପବନ ହୋଇଥିଲା। ହଠାତ ମେଘ ଓ ଘଡ଼ଘଡି ସହିତ ପ୍ରବଳ ବେଗରେ ପବନ ବ‌ହିବା ଆରମ୍ଭ ହୋଇଥିଲା। ରୋକାଲ ପଞ୍ଚାୟତର କିଛି ସ୍ଥାନରେ ଭାଙ୍ଗିଦେଲା ଗଛ ଓ ଡାଳ । ବିଦ୍ୟୁତ୍ ଖୁଣ୍ଟ ସହ ଉପାଡ଼ି ଦେଲା ଟ୍ରାନ୍ସଫର୍ମର। ଗଛ ଭାଙ୍ଗି କିଛି ସମୟ ରାସ୍ତା ଅବରୋଧ ହୋଇରହିଲା। ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଉପସ୍ଥିତ ରହି ବିଦ୍ୟୁତ୍ ବ୍ୟବସ୍ଥାକୁ ସଜାଡ଼ିଥିଲେ। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୋକାଳ ଫିଡରରେ ଏହି ସମସ୍ଯା ଦେଖ‌ିବାକୁ ମିଳିଥିଲା।