Hot Posts

6/recent/ticker-posts

ଗୋରୁ ଚୋର ଙ୍କୁ ଧରିବାକୁ କଟକ ଡି ସି ପି ଙ୍କୁ ଦାବିପତ୍ର ପ୍ରଦାନ କଲେ ହିନ୍ଦୁସେନା ର ସଦସ୍ୟ ମାନେ।

କଟକ, ୦୯/୦୬ ( କାହୁଁ ଚରଣ ବାରିକ ) : ଗତ କିଛି ଦିନ ହେବ କଟକ କମିସନରେଟ୍ ପୋଲିସ୍ ଅନ୍ତର୍ଗତ ଅଞ୍ଚଳ ରେ ଗାଈ ଚୋର ମାନଙ୍କ ପ୍ରାର୍ଦୂଭବ ବଢ଼ି ଚାଲିଛି । ଚୋର ମାନେ କଟକ କମିସନରେଟ୍ ପୋଲିସ ଅନ୍ତର୍ଗତ ଅଞ୍ଚଳକୁ ନିର୍ଦ୍ଦିଷ୍ଟ ଭାବରେ ପ୍ଲାନିଂ କରି ଗୋମାତା ଏବଂ ନନ୍ଦୀ ଚୋରି କରିବାର ବ୍ୟସ୍ତ । ବିଭିନ୍ନ ଦାମୀ କାର ବ୍ୟବହାର କରି ଏଥିରେ ଜୋରଜବରଦସ୍ତ ଭର୍ତ୍ତିକରି ଗୋମାତା ଏବଂ ନନ୍ଦୀ ଙ୍କୁ ଚୋରି କରିବାରେ ବ୍ୟସ୍ତ। ସିଡିଏ, ବିଡ଼ାନାସୀ , ଶେଖ ବଜ଼ାର, ଅଲିଶା ବଜ଼ାର, ତେଲେଙ୍ଗାବଜାର , ହଜାରିଲେନ, ଓ ଅନ୍ୟାନ୍ୟ ଅଂଚଳ ରେ ଗୋମାତା ଓ ନନ୍ଦୀ ନିଖୋଜ ଖବର ଶୁଣିବାକୁ ମିଳୁଛି । ଏହା ବିରୁଦ୍ଧରେ ହିନ୍ଦୁସେନା ସଂଗଠନ ପକ୍ଷରୁ କଟକ ଡି ସି ପି ଙ୍କୁ ଭେଟି ଉକ୍ତ ଚୋର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୋଲିସ ପେଟ୍ରୋଲିଂ କଡ଼ା କଡ଼ି କରିବାକୁ ଦାବିପତ୍ର ପ୍ରଦାନ କରାଯାଇଛି।