Hot Posts

6/recent/ticker-posts

କଟକର ୧୪୦ ବର୍ଷ ପୁରୁଣା ରେନ୍ ଗଜକୁ ମିଳିବ ଐତିହ୍ୟର ମର୍ଯ୍ୟାଦା

କଟକ, ୦୯/୦୬ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଥିବା ଏହି ବୃଷ୍ଟିପାତ ମାପିଵା ଯନ୍ତ୍ରଟି ପ୍ରାୟ ୧୪୦ଵର୍ଷ ପୁରୁଣା। ଏବେ ଜିଲ୍ଲା ପ୍ରଶାସନ ଏହାର ସଂରକ୍ଷଣ ପାଇଁ ପଦକ୍ଷେପ ନେଇଛି। ଏହି ରେନ୍ ଗଜ ମଙ୍ଗଳାବାଗରେ ଥିବା ପୁରୁଣା ଟେଲିଗ୍ରାଫ ଅଫିସରେ ପ୍ରଥମେ ସ୍ଥାପିତ ହୋଇଥିଲା। ଏବେ ପୁଣି ସେହି ପୁରୁଣା ଟେଲିଗ୍ରାଫ କୋଠାରେ ଏହି ରେନ୍ ଗଜକୁ ଐତିହ୍ୟ ଭାବରେ ସଂରକ୍ଷିତ କରି ରଖିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିଷ୍ପତ୍ତି ନେଇଛି।