ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପୋଲିସର ପ୍ରସ୍ତୁତି, ଶାନ୍ତିଶୃଙ୍ଖଳା ନେଇ ଉଚ୍ଚସ୍ତରୀୟ ବୈଠକ
ବରଗଡ଼, ୦୯/୦୬ ( ନରେନ୍ଦ୍ର ପ୍ରଧାନ ) : ବରପାଲି ର ଶୀତଳ ଷଷ୍ଠୀ ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ର ସହ ହେବ ସେ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି । ବରପାଲି ପୋଲିସ ଥାନା ରେ ଅନୁଷ୍ଠିତ ଏହି ବୈଠକ ରେ ବରଗଡ଼ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ଆସନ୍ତା ୧୫ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଯାତ୍ରା କିପରି ସୁରୁଖୁରୁ ରେ ଅନୁଷ୍ଠିତ ହେବ ସେ ନେଇ ବିଭିନ୍ନ ଦିଗ ଉପରେ ଆଲେଚନା କରାଯାଇଥିଲା । ବିଶେଷ କରି ଯାତ୍ରା ସମୟରେ ଟ୍ରାଫିକ ନିୟନ୍ତ୍ରଣ, ଶୋଭାଯାତ୍ରା ଓ ମୀନା ବଜାର ଆଦି ଜନ ଗହଳି ସ୍ଥାନ ରେ ବ୍ୟାପକ ପୋଲିସ ମୁତୟନ, ସହର ମଧ୍ୟ ଦେଇ ଭାରି ଯାନ ଚଳାଚଳ ଉପରେ କଟକଣା, ଅସାମାଜିକ ତତ୍ତ୍ୱ ଙ୍କୁ ସାବାଡ଼ କରିବା ପାଇଁ ପୋଲିସ ମୁତୟନ, ସହର ରେ ଚୋରା ମଦ ବିକ୍ରି କୁ ସମ୍ପୂର୍ଣ ବନ୍ଦ ରଖିବା ନେଇ ଆଲୋଚନା ହୋଇଥିଲା। ଏହା ସହିତ ଯାତ୍ରା ସମୟରେ ଅପରାଧ ନିୟନ୍ତ୍ରଣ ପାଇଁ ସିସି କ୍ୟାମେରା ଲଗାଇବା ପାଇଁ ଦାବୀ ହୋଇଥିଲା । ଆଜିର ଏହି ବୈଠକ ରେ ବରଗଡ଼ ଏସ ଡି ପି ଓ ପଦାରବିନ୍ଦ୍ ତ୍ରିପାଠୀ, ତହସିଲଦାର ରୁକ୍ମଣ ମେହେର, ବିଡିଓ ସୁମନ୍ତ କୁମ୍ଭାର, ଏନ୍.ଏ.ସି(EO) ଭୁବନ କୁମାର ଶତପଥୀ, ଆଇ ଆଇସି ପ୍ରମୋଦ କୁମାର ସାହୁ, ସହିତ ଷଷ୍ଠୀ ଯାତ୍ରା କମିଟିର ସଭାପତି ଓ କର୍ମ କର୍ତ୍ତା, ପାର୍ବତୀ ବିବାହ ମହୋତ୍ସବ କମିଟି ର ସଭାପତି ଓ କର୍ମ କର୍ତ୍ତା ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯାତ୍ରା ର ସୁପରିଚାଳନା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।