ଓଡ଼ିଆ ଚଳଚିତ୍ର ଜଗତର ବିଶିଷ୍ଟ କ୍ୟାମେରାମ୍ୟାନ ଦୀଲ୍ଲିପ ରାୟ ଙ୍କ ପରଲୋକ।
କଟକ, ୨୭/୦୬ ( କାହୁଁ ଚରଣ ବାରିକ ) : ଓଡ଼ିଆ ଚଳଚିତ୍ର ଜଗତର ବିଶିଷ୍ଟ କ୍ୟାମେରାମ୍ୟାନ ଦୀଲ୍ଲିପ ରାୟ ଙ୍କ ପରଲୋକ। ବାର୍ଷିକ ଜନିତ ରୋଗରେ ଆକ୍ରାନ୍ତ ହୋଇ କଟକ ଗୋରାକବର ସ୍ଥିତ ବାସଭବନରେ ପରଲୋକ। ୭୦ରୁ ଉର୍ଦ୍ଧ ଓଡ଼ିଆ ଫିଲ୍ମ ଓ ୧୫ ବଙ୍ଗଳା ସିନେମାରେ ସେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରିଥିଲେ। ଚକାଭଉଁରୀ, ବିଧିବିଧାନ, ବସ୍ତ୍ର ହରଣ ଓ ଲକ୍ଷ୍ମଣରେଖା ପରି ବହୁ ଲୋକପ୍ରିୟ ସିନେମା ତାଙ୍କର ଅବଦାନ। ଶ୍ରେଷ୍ଠ ଚଳଚ୍ଚିତ୍ର ଚିତ୍ର ଉତ୍ତୋଳନ ଭାବେ ୫ଥର ରାଜ୍ୟ ଚଳଚିତ୍ର ପୁରସ୍କାର ଲାଭ କରିବାର ସେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର କ୍ୟାମେରାମ୍ୟାନ। ତାଙ୍କ ମରଶରୀରକୁ ଶେଷ ଦର୍ଶନ ପରେ ଆଜି ସକାଳ ୯ଟା ବେଳେ ପୁରୀ ଅଭିମୁଖେ ନିଆଯିବ।