ଧାମରା-ପୋତାଶ୍ରୟରେ ମାଛଧରା ଟ୍ରଲରରେ ଅଗ୍ନିକାଣ୍ଡ
ଧାମରା, ୨୭/୦୬ ( ନବଦୂତ ) : ଭଦ୍ରକ ଜିଲ୍ଲା ଧାମରା ଅଧିନସ୍ତ ପୋତାଶ୍ରୟ ରେ ଏକ ଟ୍ରଲର ରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାଇ-ଧାମରା ବନ୍ଦର ପୋତାଶ୍ରୟରେ ଏକ ମାଛଧରା ଟ୍ରଲର ରେ କୌଣସି କାରଣ ରୁ ନିଆଁ ଲାଗିଥିଲା।ଉକ୍ତ ଟ୍ରଲର ଟି କ୍ରେଡ଼ଲକୁ ଉଠାଯାଇ ଟ୍ରଲରଟିରେ ବହୁଆଡେ କାଠକାମ ରିପାଇରିଂ କରାଯାଉଥିଲା, କୌଣସି କାରଣରୁ ଟ୍ରଲର ଟି ରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଖବର ପାଇ ଧାମରା ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ବହୁପରିଶ୍ରମ କରି ଆୟତ୍ତ କୁ ଆଣି ଥିଲେ। ତଥା ଟ୍ରଲରଟି ର କେବିନ ଉପର ଭାଗ ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଥିବାବେଳେ, କ୍ଷତି ଗ୍ରସ୍ତ ଟ୍ରଲର ଟି ଧାମରା ଅଂଚଳର ସ୍ୱପନ ସିଟ ବୋଲି ଜଣେ ବ୍ୟକ୍ତିଙ୍କ ର ସୂଚନାମିଳିଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ର ସୂଚନା ମିଳିଛି।
ମାନସ କୁମାର ସାହୁ