Hot Posts

6/recent/ticker-posts

ସରକାରଙ୍କ ବିରୋଧରେ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ହୁଙ୍କାର, ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଚେତାବନୀ

କଟକ, ୨୭/୦୬ ( କାହୁଁ ଚରଣ ବାରିକ ) : ବିଭିନ୍ନ ଦାବି ପୂରଣକୁ ନେଇ ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ  କଟକ ଜିଲ୍ଲା ଜଗତପୁର ସ୍ଥିତ ଦେବ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଘର କର୍ମକର୍ତ୍ତାମାନେ ସରକାରଙ୍କ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି। ସଂଘର ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ଦିନ ଧରି ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଗୁଡ଼ିକର ସମାଧାନ ହୋଇନାହିଁ। ଏହାର ପ୍ରତିବାଦରେ ଗତ ୨୨ ଜୁନରୁ ରାଜ୍ୟର ସମସ୍ତ ୩୧୭ଟି ତହସିଲ କାର୍ଯ୍ୟାଳୟରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜାରି ରହିଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସୁଚନ୍ଦ୍ର ମହାନ୍ତି ,ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ଜାଭେଦ ଅକ୍ତର, କଟକ ଜିଲ୍ଲା ସଭାପତି ସଞ୍ଜୟ କୁମାର ବେହେରାଙ୍କ ସହ ରାଜ୍ୟର ୩୦ଟି ଜିଲ୍ଲାରୁ ସଂଘର ସଦସ୍ୟ ଓ ପ୍ରତିନିଧିମାନେ ଉପସ୍ଥିତ ରହି ଆନ୍ଦୋଳନର ରୂପରେଖା ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।  ସରକାର ସେମାନଙ୍କ ଦାବି ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ଯଦି ଶୀଘ୍ର ଦାବିଗୁଡ଼ିକ ପୂରଣ ନ କରାଯାଏ, ତେବେ ଆସନ୍ତା ୧ ଜୁଲାଇ ୨୦୨୬ ଠାରୁ ରାଜ୍ୟବ୍ୟାପୀ ସମସ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀ ସାମୂହିକ ଛୁଟିରେ ଯିବେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।