Hot Posts

6/recent/ticker-posts

ଚାକିରୀ ଦେବାକୁ ଆଣି ନାବାଳିକା କୁ ନିର୍ଯାତନା

କଟକ, ୧୯/୦୬ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) :  ଜଗତସିଂହପୁର ଜିଲ୍ଲା ରେ ଥିବା ଜଣେ ଡାକ୍ତର ଘରେ ନାବାଳିକା କୁ ନିର୍ଯାତନା ଅଭିଯୋଗ କରିଛନ୍ତି ତାର ପରିବାର। ଏ ନେଇ ବାଲିକୁଦା ଥାନା ରେ ଏକ ଅଭିଯୋଗ କରାଯାଇଛି, ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ଜଣେ ଝିଅ ଭୁବନେଶ୍ୱର ଏକ ଏଜେନ୍ସୀ ଜରିଆରେ ଜଗତସିଂହପୁରରେ ଥିବା ଜଣେ ଅବସର ପ୍ରାପ୍ତ ଡାକ୍ତର ଙ୍କ ଘରେ କାମ କରୁଥିଲେ। ଏହି ନାବାଳିକା ଜଣଙ୍କ ତାଙ୍କ ପରିବାର କୁ ନିର୍ଯାତନା ପାଇବା ଘଟଣା ଲୁଚିକରି ଫୋନ କରି ଜଣାଇଥିଲେ। ଏହା ପରେ ପରିବାର ଲୋକେ ପହଞ୍ଚି ବାଲିକୁଦା ଥାନା ରେ ଅଭିଯୋଗ କରିଛନ୍ତି। ପୋଲିସ ପୀଡ଼ିତା କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ପକ୍ଷ ରୁ ପ୍ରକାଶ କରାଯାଇଛି।


କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ