Hot Posts

6/recent/ticker-posts

କିର୍ମିରାଠାରେ ରାଜ୍ଯ ସରକାରଙ୍କ ୨ୟ ବର୍ଷ ପୂର୍ତ୍ତି ଉପଲକ୍ଷେ "ବିକାଶର ଧାରା,ଓଡିଶା ସାରା" କାର୍ଯ୍ୟକ୍ରମ (ବିକାଶମୂଳକ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ବିଧାୟକଙ୍କ ଆହ୍ୱାନ)

ଲଇକେରା, ୧୯/୦୬ ( ନବଦୂତ ) : ରାଜ୍ଯ ସରକାରଙ୍କ ସଫଳ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ "ବିକାଶ ଧାରା, ଓଡିଶା ସାରା" ଆଭିମୁଖ୍ଯରେ ଏକ ବିଶେଷ କାର୍ଯ୍ଯକ୍ରମ କିର୍ମିରା ଠାରେ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ଝାରସୁଗୁଡା ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ନିଜ ଅଭିଭାଷଣରେ ବିଧାୟକ ତ୍ରିପାଠୀ ସରକାରଙ୍କ ବିଭିନ୍ନ ଜନକଲ୍ଯାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ଯ ସମ୍ପର୍କରେ ଆଲୋକପାତ କରିବା ସହ ଏହି ପ୍ରଗତିର ଧାରାକୁ ସମଗ୍ର ଓଡିଶାର କୋଣ-ଅନୁକୋଣରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ଯତମ (ସ୍ୱତନ୍ତ୍ର) ଅତିଥି ଭାବେ ବ୍ଲକ ଉପାଧ୍ଯକ୍ଷା ସାବିତ୍ରୀ ମାଝୀ, ଗୋଷ୍ଠୀଉନ୍ନୟନ ଅଧିକାରୀ ଅଭିନାଶ ଲାକ୍ରା, ଅତିରିକ୍ତ ଗୋଷ୍ଠୀଉନ୍ନରନ ଅଧିକାରୀ କ୍ଷୀରଶ୍ୱରୀ କାଲୋ ଯୋଗ ଦେଇଥିବା ବେଳେ କିର୍ମିରା ଗ୍ରାମପଞ୍ଚାଯତର ସରପଞ୍ଚ ସନ୍ତୋଷିନୀ ପଟେଲ, ଝାରମୁଣ୍ଡା ସରପଞ୍ଚ ଆଶା ସିଂହ, ସାଂସଦ ପ୍ରତିନିଧି ବିଜୟ ଶର୍ମା ଓ ବିପିସି ଚାନ୍ଦନୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଏହି ସମାରୋହରେ ମଣ୍ଡଳ ସଭାପତି ଉଦ୍ଧବ ସିଂ ନାଏକ, ବାବୁଲା କିସାନ, ଝସକେତନ ପ୍ରଧାନ, ଯାମିନୀକାନ୍ତ ନାଏକ, ସନ୍ଦୀପ ପଟେଲ ଓ ପ୍ରଦୀପ କିସାନଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।କିର୍ମିରା ବ୍ଲକର ବୈଜାପାଲି ଗ୍ରାମ ଓ ଟାଙ୍ଗରପଡାର ବନ୍ଧର ପୁନରଉଦ୍ଧାର ପାଇଁ ବିଧାୟକ ନିରୀକ୍ଷଣ କରିଥିଲେ।ଶୁଭମ ସାହୁ, ବିକ୍ରମ କିସାନ, ଗିରିଧାରୀ ପାଣ୍ଡେ, ଆଲୋକ ସାହୁ, ଅଂଶୁଳ ଅଗ୍ରୱାଲ, ପବନ ଶର୍ମା ଏବଂ ହେମନ୍ତ ଜାମଧୁଳିଆଙ୍କ ସ଼ହିତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ ।