Hot Posts

6/recent/ticker-posts

କଳାହାଣ୍ଡି ଜିଲ୍ଲାରୁ ସୋମନାଥ ଦର୍ଶନ ଯାତ୍ରା

ଭବାନୀପାଟଣା, ୧୬/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ମହମ୍ମଦ ଗଜନୀ ଦ୍ଵାରା ସୋମନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଏବଂ ଏହାର ପୁନଃଉଥାନ ର ଏକ ହଜାର ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାର ସୋମନାଥ ସ୍ଵାଭିମାନ ପର୍ବ ଯାତ୍ରା ଆୟୋଜନ କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ସୋମନାଥ ସ୍ଵାଭିମାନ ପର୍ବ ଯାତ୍ରା – ୨୦୨୬ ରେ ଅଂଶଗ୍ରହଣ କରିବା ପାଇଁ ଗତ ତା. ୧୩.୦୬.୨୦୨୬ ରିଖ ଦିନ କଳାହାଣ୍ଡି ଜିଲ୍ଲାରୁ ୨୬ ଜଣ ତୀର୍ଥଯାତ୍ରୀଙ୍କୁ ସ୍ଵତନ୍ତ୍ର ବସ ଯୋଗେ ଯାତ୍ରା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତନ୍ମୟ କୁମାର ଦରୱାନ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷିରେ କନିଷ୍ଠ ସହାୟକ ଗୁଣସାଗର ସାହୁ ଙ୍କୁ ଏସ୍କର୍ଟ ଅଫିସର ଭାବରେ ନିୟୋଜିତ କରାଯାଇଅଛି । ଯାତ୍ରୀମାନେ ସ୍ଵତନ୍ତ୍ର ଓ.ଏସ୍.ଆର୍.ଟି.ସି. ବସ ଯୋଗେ ଭବାନୀପାଟଣା ବସଷ୍ଟାଣ୍ଡ ଠାରୁ ବାହାରି ଭୁବନେଶ୍ୱର ଠାରେ ପହଞ୍ଚିବେ । ସେଠାରେ ଗୋଟିଏ ଦିନ ବିଶ୍ରାମ କରି ତା. ୧୫.୦୬.୨୦୨୬ ରିଖ ଦିନ ସ୍ଵତନ୍ତ୍ର ଟ୍ରେନ ଯୋଗେ ସୋମନାଥ ଦର୍ଶନ ଯାତ୍ରା ପାଇଁ ବାହରିବେ । ସେଠାରେ ସୋମନାଥ ଦର୍ଶନ ପରେ ତୀର୍ଥଯାତ୍ରୀମାନେ ତା. ୨୧.୦୬.୨୦୨୬ ରିଖ ଦିନ ଭୂବନେଶ୍ୱର ଠାରେ ପହଞ୍ଚିବେ ଏବଂ ପୁନଶ୍ଚ ସ୍ଵତନ୍ତ୍ର ଓ.ଏସ୍.ଆର୍.ଟି.ସି. ବସ ଯୋଗେ ସ୍ଵ-ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ ।