କଟକରେ_କଡ଼ା_ଟ୍ରାଫିକ୍_ଚେକିଂ
କଟକ, ୨୮/୦୬ ( କାହୁଁ ଚରଣ ବାରିକ ) : କଟକରେ ସଡ଼କ ସୁରକ୍ଷାକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସହର ସାରା କଡ଼ା ଚେକିଂ ଅଭିଯାନ ଜାରି ରହିଛି। ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ସହ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଚାଲିଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଉଥିବାବେଳେ ସମସ୍ତ ଯାନଚାଳକଙ୍କୁ ନିୟମ ମାନି ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ପୋଲିସ ପରାମର୍ଶ ଦେଇଛି।