Hot Posts

6/recent/ticker-posts

ଗୋଚର ଜାଗାରେ ବେଆଇନ ଭାବେ ଆମ ଗାଁ ଆମ ବିକାଶ ଯୋଜନାରେ ବ୍ୟାୟାମ କେନ୍ଦ୍ର ନିର୍ମାଣ।

ବାଲେଶ୍ୱର, ୨୦/୦୬ ( ପ୍ରଭାକର ମଲ୍ଲିକ ) : ଆଇନକୁ ଫାଙ୍କି ଦେଇ ଗୋଚର ଜାଗାରେ ବେଆଇନ ଭାବେ ଆମ ଗାଁ ଆମ ବିକାଶ ଯୋଜନାରେ ବ୍ୟାୟମ କେନ୍ଦ୍ର ନିର୍ମାଣ ହେଉଥିବାରୁ ତହସିଲ ଦାର, ବିଡିଓ ଏବଂ ଜିଲାପାଳଙ୍କ ଠାରେ ଅଭିଯୋଗ ହୋଇଛି।ପ୍ରକାଶ ଯେ ବସ୍ତା ବ୍ଳକ ସିଙ୍ଗଲା ଥାନା ଗୁହାଳିପଦା ମୌଜାର ଖାତା ନଂ ୩୯୮, ଗୋଚର ପ୍ଲଟ ୫୧୫ ରେ ଏହି ବ୍ୟାୟାମ କେନ୍ଦ୍ର ନିର୍ମାଣ ହେଉଥିବା ବେଳେ ଏହାର ବ୍ୟୟ ଅଟକଳ ମୂଲ୍ୟ ୮ ଲକ୍ଷ ୮୬ ହଜାର ହୋଇଛି।ସେହିପରି ସେହି ଗୋଚର ଜାଗାରେ ଅଲେଖ ମନ୍ଦିର ଠାରୁ ଦେବେନ୍ଦ୍ର ବିନ୍ଧାଣି ଘର ପର୍ଯ୍ୟନ୍ତ କଙ୍କ୍ରିଟ ରାସ୍ତା ପାଇଁ ୫ ଲକ୍ଷ ଟଙ୍କାର ଏକ ଫଳକ ଲଗା ଯାଇଛି।ଯାହାକି ସମ୍ପୂର୍ଣ ଆଇନ ବିରୁଦ୍ଧ।ଏହି ଜମିରେ ଗାଁର ଗାଈ,ଗୋରୁ,ଛେଳି ପ୍ରଭୃତି ଗୃହ ପାଳିତ ପଶୁ ଚରା ବୁଲା କରନ୍ତି।ମାତ୍ର ଗ୍ରାମର କୌଣସି ସେମିତି ଜାଗା ନଥିବାରୁ ଏସବୁ ବେଆଇନ କାମ ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି।


ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l