Hot Posts

6/recent/ticker-posts

ପୁରୁଣା ଛାତ ଉପରେ ଗୋହାଳିପଦା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଘେନି ଅସନ୍ତୋଷ l

ବାଲେଶ୍ୱର, ୨୦/୦୬ ( ପ୍ରଭାକର ମଲ୍ଲିକ ) : ପଚିଶ ବର୍ଷର ତଳର ପୁରୁଣା ଛାତ ଉପରେ ସରକାରୀ ଅଙ୍ଗନ ବାଡ଼ି କେନ୍ଦ୍ର ନିର୍ମାଣ ଘେନି ସାଧାରଣ ରେ ଯେତିକି ବିସ୍ମୟ ପ୍ରକାଶ ପାଇଛି ତତୋଧିକ ଅସନ୍ତୋଷ ସୃଷ୍ଟି କରିଛି। ସୂଚନାରୁ ପ୍ରକାଶ ଯେ ବସ୍ତା ବ୍ଳକର ପୁଟୁରା ପଞ୍ଚାୟତ ଅଧୀନ ଗୁହାଳିପଦାରେ ଏକ ବ୍ୟୟ ବହୁଳ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଚାଲିଛି ଯାହାକି ଏକ ପୁରୁଣା ଘର ଛାତ ଉପରେ ହେଉ ଥିବା ବେଳେ ସାଧାରଣରେ ଆପତ୍ତି କରାଯ।ଇଛି। ଏହି କେନ୍ଦ୍ରକୁ ଉଠି କରି ଯିବା ପାଇଁ କୁନି କୁନି ଛାତ୍ର/ଛାତ୍ରୀଙ୍କ ପକ୍ଷେ ବିପଦ ଶଙ୍କୁଳ ହେବା ନେଇ ନିନ୍ତାରେ ଅଭିଭାବକ। ଏହାଛଡ଼ା ପୁରୁଣା ଛାତର ସ୍ଥାୟିତ୍ବ ଉପରେ ସନ୍ଦେହ ରହିଛି। ଏଭଳି ପରିସ୍ଥିତିରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଛାତ ଉପରେ ଏହି ଘର ନିର୍ମାଣ ପାଇଁ କିପରି ସମ୍ମତି ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ।ନିତ କରିଛି। ଏ ସମ୍ପର୍କରେ ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ତଦନ୍ତ କରିବେ ବୋଲି କହିଛନ୍ତି।



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l