ମାଲକାନଗିରି, ୨୪/୦୬ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ଆଜି ବୁଥ ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳର ବୁଥ ସ୍ତରୀୟ ଏଜେଣ୍ଟ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ ଖଇରପୁଟ ବ୍ଲକ ଅନ୍ତର୍ଗତ ୭୬ ନମ୍ବର ଆଣ୍ଡ୍ରାହାଲ ବୁଥ୍ରେ ମଧ୍ୟ ଏହି ମିଟିଂ ଆୟୋଜନ କରାଯାଇଥିଲା। ଏହି ବୈଠକରେ ବିଶେଷ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଉପରେ ବ୍ୟାପକ ଆଲୋଚନା କରାଯାଇଛି। ଏହା ସହିତ ସେଠାରେ ଉପସ୍ଥିତ ସମସ୍ତ ଏଜେଣ୍ଟମାନଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଥିଲା।ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ସମ୍ପୃକ୍ତ ବୁଥ୍ର ମୃତ, ଅନୁପସ୍ଥିତ ଏବଂ ଡୁପ୍ଲିକେଟ ମତଦାତାଙ୍କ ନାମ ପାଠ କରାଯାଇଥିଲା। ଏହା ପରେ ଏହି ମୃତ ଓ ନକଲି ଭୋଟରଙ୍କ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଯାଇ ସମସ୍ତ ରାଜନୈତିକ ଦଳର ବୁଥ ସ୍ତରୀୟ ଏଜେଣ୍ଟମାନଙ୍କୁ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଏକ ସୁରୁଖୁରୁ ଓ ସ୍ୱଚ୍ଛ ମତଦାନ ପ୍ରକ୍ରିୟା ପାଇଁ ଏହି ବୈଠକ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।

