Hot Posts

6/recent/ticker-posts

ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା

ସୁବର୍ଣ୍ଣପୁର, ୨୪/୦୬ ( ଜଗଦିଶ ମେହେର ) : ଆଜି ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଏବଂ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା ଯୋଗ ଦେଇଥିଲେ। ଭାରତ ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ହୋଇଥିବା ସମସ୍ତ ପ୍ରକାରର ଉନ୍ନତି ଏବଂ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ହେବା ସହିତ ଜିଲ୍ଲାର ବିଭିନ୍ନ ସଂଗଠନରୁ ଆସିଥିବା ପ୍ରତିନିଧିମାନଙ୍କର ମତାମତ ନିଆଯାଇଥିଲା। ବିକାଶର ଧାରା ଓଡିଶା ସାରା ର ଏହି କାର୍ଯ୍ୟକ୍ରମ ଅବସରରେ ମାନନୀୟ ସାଂସଦ ବଲାଙ୍ଗୀରଙ୍କ ପ୍ରତିନିଧି ଶ୍ରୀ ସାନନ୍ଦ ମେହେର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଏବଂ ସାମାଜିକ କର୍ମୀ ଶ୍ରୀ ବେଣୁଧର ଦାସ ଉପସ୍ଥିତ ଥିଲେ। ଆଜିର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଏକ ସଭାଗୃହ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସୁବର୍ଣ୍ଣପୁରର ବିକାଶରେ ସହାୟକ ହୋଇପାରିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ଏହି ଅବସରରେ ମାନ୍ୟବର ବିଧାୟକ କହିଥିଲେ ଯେ ସରକାର ସମସ୍ତଙ୍କୁ ନେଇ ଚାଲିବ ଏବଂ ସମସ୍ତଙ୍କର ମତାମତ ଏ ବାବଦରେ ନିହାତି ଆବଶ୍ୟକ। ସଭାଗୃହ ବୈଠକରେ ସୁବର୍ଣ୍ଣପୁରର ରିଙ୍ଗ ରୋଡ଼ ପ୍ରକଳ୍ପକୁ ପୂର୍ଣ୍ଣ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା। ସେହିପରି ସୁବର୍ଣ୍ଣପୁରରେ ନୂତନ ମତ୍ସ୍ୟ ମହାବିଦ୍ୟାଳୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ସୁବର୍ଣ୍ଣପୁର-ସମ୍ବଲପୁର ଚାରି ଟିକିଆ ରାସ୍ତା ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଚାଲିଛି। ସେଥିମଧ୍ୟରେ ୩୫୦୦ କୋଟି ଟଙ୍କାର ଇଣ୍ଟେରିମ ଷ୍ଟୋରେଜ ଷ୍ଟ୍ରକଚର, ୬୦୦ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ ଏବଂ ସୁରେଶ୍ୱରୀ ଓ ଚରଦା ମନ୍ଦିରର ଉନ୍ନତି ପ୍ରକଳ୍ପ ଅନ୍ତର୍ଭୁକ୍ତ। ଜିଲ୍ଲାର ଜନସାଧାରଣଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଛି। ୬୪ କୋଟି ଟଙ୍କାର ପାତାଳି ଶ୍ରୀକ୍ଷେତ୍ର ବିକାଶ ପ୍ରକଳ୍ପ ଏବଂ ୮୪ କୋଟି ଟଙ୍କାର ନୂଆ ବସ୍‌ଷ୍ଟାଣ୍ଡ ପ୍ରକଳ୍ପକୁ ମାନ୍ୟବର ବିଧାୟକ ପରିଦର୍ଶନ କରିଥିଲେ। ତାଙ୍କ ସହିତ ସଚେତନ ନାଗରିକ, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ୮ଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା।