ପାଳସାହି ରେ ରଜଉତ୍ସବ ଉଦଯାପିତ
ବରୀ, ୧୮/୦୬ ( ରଂଜିତ ମହାନ୍ତି ) : ବରୀ ବ୍ଳକ ବୋଦୁଅ ପଞ୍ଚାୟତର ପାଳସାହି ଜଗନ୍ନାଥ ଠାକୁରଙ୍କ ପ୍ରାଙ୍ଗଣରେ ରେ ୩ ଦିନ ଧରି ଧୁମଧାମ ରେ ପାଳିତ ହୋଇଆସୁଥିବା ରଜ ଉତ୍ସବ ଉଦଯାପିତ ହୋଇଯାଇଛି l ଏହି ଅବସରରେ ମ୍ୟୁଜିକ ଚେୟାର, କୁଇଜ ପ୍ରତିଯୋଗିତା, ନାଚ, ପିଠା ପ୍ରତିଯୋଗିତା ପ୍ରମୁଖ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଚାରକ ଭାବେ ବିଜୟ କୁମାର ଜେନା, ମହେଶ୍ୱତା ଧଳ, ଦର୍ପନାରାୟଣ ଧଳ, ଗିରିଧାରୀ ଧଳ, ବିଶ୍ୱଭୂଷଣ ଜେନା ଯୋଗଦେଇ ଏଥିରେ ବିଭିନ୍ନ ପ୍ରତିଯୋଗିତା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ତାପସ କୁମାର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ କୁ ଶରତ ଚନ୍ଦ୍ର ତ୍ରିପାଠୀ, ଦେବୀ ପ୍ରସନ୍ନ ଜେନା, ଆର୍ତ୍ତବନ୍ଧୁ ଜେନା, ଅତିଶ ଜେନା, ରାଜଶ୍ରୀ ଜେନା, ସୁଚିସ୍ମିତା ଜେନା, ରମାକାନ୍ତ ଜେନା, ରାମଚନ୍ଦ୍ର ଜେନା, ପୁଷ୍ପାଞ୍ଜଳି ଜେନା ପରିଚାଳନା ରେ ସହଯୋଗ କରିଥିଲେ l