ବରୀ ଓକିଲସଂଘ ପକ୍ଷରୁ ମାଗଣl ସ୍ୱାସ୍ଥ୍ୟ ଶିବିର
ବରୀ, ୦୧/୦୫ ( ରଂଜିତ ମହାନ୍ତି ) : ଉତ୍କଳଗୌରବ ମଧସୁଦନ ଦାସ ଙ୍କ ୧୭୯ ତମ ଜୟନ୍ତୀ ସମାରେlହ ଉପଲକ୍ଷେ ବରୀ ବ୍ଳକ ର ସର୍ବପୁରାତନ ପ୍ରଗତୀ କ୍ଲବ ପରିସର ରେ ବରୀ ଓକିଲ ସଂଘ ପକ୍ଷରୁ ମାଗଣାସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେlଇଥିଲl l ଏଥିରେ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ନିହାର ରଞ୍ଜନ କର, ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷଡାକ୍ତର ଶଶୀକାନ୍ତ ସାହୁ, ଡାକ୍ତର ଆଶିଷ କୁମାର ରଣା, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଫୁଲ ନାୟକ, ଫାର୍ମସିଷ୍ଠ ପ୍ରଶ୍ନନ ଜିତ କର, ଏଲଟି ପ୍ରଶ୍ନନ କୁମାର ଖଟୁଆ, ଲିପୁନ ସେଠି, ଡାକ୍ତର ପ୍ର ବୋଦ କୁମାର ନାୟକ, ଆଶା ସୁଶୀଲା ଦାସ ପ୍ରମୁଖ ଯୋଗଦେଇ ଅଞ୍ଚଳ ର ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ରେ ଓଷଧ ବଣ୍ଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଗତି କ୍ଲବ ର ସଭ୍ୟ, ଶୁଭେଛୁ ସହଯୋଗୀ ସହାୟତା କରିଥିଲେ l