Hot Posts

6/recent/ticker-posts

ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରୀୟ ଗ୍ରାମିଣ ବିକାଶ ମନ୍ତ୍ରୀ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ।

ରାୟଗଡ଼ା, ୩୦/୦୪ ( ଭି. ଗୌରି ଶଙ୍କର ରାଓ ) : ଆସନ୍ତାକାଲି ରାୟଗଡ଼ାରେ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ଏବଂ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତି ରହିବେ | କାର୍ଯ୍ୟକ୍ରମରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର କରାଯିବ। ରାୟଗଡା ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ ହେବ । ଏଥି ପାଇଁ ୫୬୨.୧୦କୋଟି ଟଙ୍କା ବ୍ୟୟ ହେବ ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଜନବସତିକୁ ଯୋଗାଯୋଗ ହୋଇପାରିବ ବୋଲି କୁହାଯାଇଛି। ସେହିପରି ଜିଲ୍ଲାରେ ନୂତନ ଭାବରେ ୫୫୨.୨୧କିମି ନୂତନ ରାସ୍ତା ନିର୍ମାଣ ହେବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ରେ ରାୟଗଡ଼ା ଜିଲ୍ଲାରେ ଓଡିଶାର ସର୍ବାଧିକ ପ୍ରକଳ୍ପ ରହିଛ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନେତୃତ୍ବରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟ ତଦାରଖ କରୁଛନ୍ତି। ସେହିପରି ଗ୍ରାମ୍ଯ ନିର୍ମାଣ ବିଭାଗର ସଚିବ ଯାମିନୀ ଶଢଙ୍ଗୀ ମଧ୍ଯ ସଭାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି।