Hot Posts

6/recent/ticker-posts

ସାବଧାନ ଗ୍ରାହକ, ହୋଟେଲ ରେ ବାସି ଖାଦ୍ୟ

କଟକ, ୦୧/୦୫ ( ଦେବୀଦତ୍ତ ଶିବପ୍ରସାଦ ନାୟକ ) : କଟକ ଜିଲ୍ଲା ମୁନସିପାଲଟି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ହୋଟେଲ ରେ ଖାଦ୍ୟ ଗୁଣବତ୍ତା ଯାଞ୍ଚ ପ୍ରକ୍ରିୟା ସହର ର ବହୁ ହୋଟେଲ ରେ ବିକ୍ରି ହେଉଛି ବାସି ଖାଦ୍ୟ ଯାହା କୁ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେଇଥାଏ ଆଜି ସି ଏମ୍ ସି ପକ୍ଷରୁ କଟକ ସହରରେ ଥିବା ଏକାଧିକ ହୋଟେଲ ମାଲିକ ଙ୍କୁ ତାଗିଦ୍ କରାଯାଇ ଏଭଳି ଖାଦ୍ୟ ନ ବିକ୍ରି କରିବାକୁ ବାରଣ କରାଯାଇଛି ବିଶେଷ କରି ଏବେ ଖରା ଦିନ ଥିବାରୁ ଖାଦ୍ୟ ଶୀଘ୍ର ନଷ୍ଟ ହୋଇଥାଏ ଯଦି କୌଣସି ହୋଟେଲ ରେ ବାସି ବା ନିମ୍ନମାନର ଖାଦ୍ୟ ବିକ୍ରି କରାଯିବ ସେମାନଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ସହ ଫୁଡ୍ ଲାଇସେନ୍ସ ରଦ୍ଦ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଏହି ଚଢାଉ ରେ ସିଏମସି ର ସ୍ୱାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ, ଡ୍ରଗ୍ସ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ସହର ର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ରେ ଚଢାଉ କରାଯାଇଥିଲା, ଖାଲି ହୋଟେଲ ନୁହେଁ ବରଂ କୋଲଡ ଡ୍ରିଙ୍କ ର ଲେବୁଲ ଯାଞ୍ଚ, ଏକ୍ସପାଇରୀ ତାରିଖ ଓ ପାନ ଦୋକାନ ରେ ଗୁଟଖା, ନିକୋଟିନ୍ ମିଶା ପଦାର୍ଥ ବିକ୍ରି ନ କରିବାକୁ ପରାମର୍ଶ ଦିଆଯାଇଛି! ଏହି ଚଢାଉରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ରଶ୍ମିତା ବେହେରା, ଡ୍ରଗ୍ସ ଇନ୍ସପେକ୍ଟର ଅମିତ୍ ମାଇତି ଅବକାରୀ ଇନ୍ସପେକ୍ଟର ତରୁଣ କୁମାର ପାତ୍ର ଙ୍କ ସମେତ ପୋଲିସ ଟିମ ଉପସ୍ଥିତ ଥିଲେ 


କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ