ICSE ପରୀକ୍ଷାରେ କୁଇନ୍ ମେରିସ୍ ବିଦ୍ୟାଳୟର 100% ଫଳାଫଳ
କଟକ, ୦୧/୦୫ ( କାହ୍ନୁ ଚରଣ ବାରିକ ) : ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଇ.ସି.ଏସ.ଇ. ବୋର୍ଡ ପରୀକ୍ଷାରେ କୁଇନ୍ ମେରିସ୍ ବିଦ୍ୟାଳୟର ୪୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଯାହା ସତ ପ୍ରତିଶତ ରେଜଲ୍ଟ ରହିଛି। ୧୦ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୧୦ ଜଣ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ଭଲ ଫଳାଫଳ ଅର୍ଜନ କରିଛନ୍ତି । ଛାତ୍ର ସୁଦର୍ଶନ ଅଗ୍ରୱାଲ ୯୧.୩୦ % ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି । ସେହିପରି କୁମାରୀ ସ୍ନେହାଙ୍କି ମହାପାତ୍ର ୮୭.୦୦ % ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦେବେନ୍ଦ୍ର ଶର୍ମା ଓ ଶ୍ରୀଜିତା ମହାନ୍ତି ୮୭.୦୦ % ପ୍ରତିଶତ ନମ୍ବର ରଖି ସମ୍ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟର ସଭାପତି ଜେ. କେ. ନାୟକ, ବିଦ୍ୟାଳୟର ଅଧ୍ୟକ୍ଷ ଓ ଉପ-ଅଧ୍ୟକ୍ଷ ଶିକ୍ଷକମାନେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ କାମନା କରିବା ସହ ଏହି ଫଳାଫଳରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।