Hot Posts

6/recent/ticker-posts

ରାୟଗଡାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ସଦସ୍ଯତା ଅଭିଯାନ ଶିବିର ଅନୁଷ୍ଠିତ

ରାୟଗଡ଼ା, ୧୫/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ସଦସ୍ଯତା ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଦଳର ରାଜ୍ଯ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦେଇ ତିନୋଟି ନିର୍ବାଚନ ମଣ୍ଡଳୀର ନେତା ମାନଙ୍କୁ ସଦସ୍ଯତା ଗ୍ରହଣ ପାଇଁ ତାଲିମ ଦେଇଥିଲେ। ଆଗମୀ ଦିନରେ ରାୟଗଡା ଜିଲ୍ଲାରେ ଆମ୍ ଆଦମୀ ପାର୍ଟି କିପରି ସୁଦୃଢ଼ ହୋଇପାରିବ ସେନେଇ କର୍ମି ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସଂପ୍ରତିକ ପରିସ୍ଥିତିରେ ରାଜ୍ଯରେ ଆମ୍ ଆଦମୀ ପାର୍ଟି ଏକ ମାତ୍ର ବିକଳ୍ପ ହୋଇଥିବା ବେଳେ ସେନେଇ ରାଷ୍ଟ୍ରୀୟ ଅଧ୍ଯକ୍ଷ ଅରବିନ୍ଦ କେଜରିୱଲ୍ ଙ୍କ ନେତୃତ୍ୱରେ ଦଳକୁ ସୁଦୃଢ କରାଯାଉଛି ବୋଲି ସେ କହିଛନ୍ତି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ରାଜ୍ଯର ସମସ୍ତ ପଞ୍ଚାୟତ ଓ ପୈର ଆସନରେ ଦଳ ପ୍ରାର୍ଥୀ ଦେବ। ଏନେଇ ଦିଲ୍ଲୀରୁ କମ୍ ଦିନ ମଧ୍ଯରେ ପର୍ଯ୍ଯବେକ୍ଷକ ଆସି ଅନୁଧ୍ଯାନ କରିବେ ବୋଲି ରାଜ୍ଯ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି। ଏହି ସଦସ୍ଯତା ଗ୍ରହଣ କାର୍ଯ୍ଯକ୍ରମରେ ଜିଲ୍ଲା ସଭାପତି ଜନ୍ମୋଜୟ ସ୍ବାଇଁଙ୍କ ସମେତ ବିଷମକଟକ,ଗୁଣପୁର ଓ ରାୟଗଡା ବିଧାନସଭା ଆସନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।