ତୁର୍କେଲ ସେତୁ ମରାମତି ଦାବୀରେ ଆନ୍ଦୋଳନ ତୀବ୍ର, ୫ମ ଦିନରେ ସାମ୍ବାଦିକ ସମ୍ମିଳନୀ
କଳାହାଣ୍ଡି, ୦୧/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ତୁର୍କେଲ ସେତୁର ଦୀର୍ଘଦିନ ଧରି ଅମରାମତି ଅବସ୍ଥାକୁ ନେଇ କଂଗ୍ରେସ ପକ୍ଷରୁ ଚାଲିଥିବା ଧାରଣାର ୫ମ ଦିନରେ ଶ୍ରୀ ସାଗର ଚରଣ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଅହିଂସା ମାର୍ଗକୁ ଅନୁସରଣ କରି କଂଗ୍ରେସ କର୍ମୀ ଓ ସ୍ଥାନୀୟ ଲୋକମାନେ ଅନିର୍ଦ୍ଦିଷ୍ଟକାଳୀନ ଧାରଣାରେ ବସି ତୁରନ୍ତ ସେତୁ ମରାମତି ଦାବୀ କରୁଛନ୍ତି। ପ୍ରାୟ ୮ ମାସ ଧରି ସେତୁ ଭାଙ୍ଗିଥିବାରୁ କଳାହାଣ୍ଡି-ନୂଆପଡ଼ା ସଂଯୋଗ ବିଛିନ୍ନ ହୋଇଯାଇଛି। ଏହାର ପରିଣାମରେ ଛାତ୍ରଛାତ୍ରୀଙ୍କ ଶିକ୍ଷା, ବ୍ୟବସାୟ, ଚିକିତ୍ସା ସେବା ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଛି। ଲୋକମାନେ ୫୦ କି.ମି. ଅଧିକ ରାସ୍ତା ଘୁଞ୍ଚି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ସରକାର ଓ ପ୍ରଶାସନ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଆନ୍ଦୋଳନକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ତାଙ୍କର ମୁଖ୍ୟ ଦାବୀଗୁଡିକ ହେଲା—
୧. ତୁରନ୍ତ ସେତୁ ମରାମତି କାମ ଆରମ୍ଭ କରାଯାଉ
୨. ବିଲମ୍ବର କାରଣ ଉପରେ ତଦନ୍ତ କରାଯାଉ
୩. ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ
ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି ସଚେତନ କରାଯାଇଛି। ଏହି ଆନ୍ଦୋଳନକୁ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ