ସମନ୍ୱୟ ଅଭାବରେ ଅଟକିଲା ବ୍ରିଜ କାମ: ସାଂସଦ ଭତୃହରି ମହତାବଙ୍କ ପ୍ରତିକ୍ରିୟା
କଟକ, ୦୧/୦୫ ( କାହ୍ନୁ ଚରଣ ବାରିକ ) : କଟକ ଖାନ ନଗର ଲିଙ୍କ୍ ରୋଡ କାଠଯୋଡି ନଦୀରେ ୬ ଲେନ ସମ୍ପ୍ରସାରଣ କାର୍ଯ୍ୟରେ ପୂର୍ତ୍ତ ବିଭାଗର ଅନୁମତି କୁ ରେଳ ବିଭାଗ ଖାରଜ କରିଦେବା ପ୍ରସଙ୍ଗ ପ୍ରତିକ୍ରିୟା ରଖିଲେ କଟକ ସାଂସଦ ଭତୃହରି ମହତାବ । କହିଲେ ଖାଲି ରେଳ ବିଭାଗ କାହିଁକି ଜଳସମ୍ପଦ ବିଭାଗ ସହିତ ଅନୁମତି ବି ପାଇନାହାନ୍ତି ସରକାର । ରେଳବାଇ ପୂର୍ତ୍ତ ବିଭାଗର ଅନୁମତି ଖାରଜ କରିବା ଏକ ସତର୍କ ଘଣ୍ଟି ସଦୃଶ । ଯେଉଁ ବ୍ରିଜ ବର୍ତ୍ତମାନ ନିର୍ମାଣାଧୀନ ରହିଚି ତାହା ରେଳବାଇ ପୋଲ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି । ଆଗକୁ ରେଳବାଇ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପାଇଁ ପ୍ରସ୍ତୁତି କଲାଣୀ । ତେଣୁ ରେଳବାଇ ଏବଂ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ନହେଲେ କାମ ଆଗେଇପରିବ ନାହିଁ । ପୂର୍ବ ସରକାର ଯେତେ ପରିମାଣର ବୁଜୁଲାକୁ ଲଦି ଦେଇ ଯାଇଛନ୍ତି ଏ ସରକାର ବୋହି ବାକୁ ବାଧ୍ୟ ହେଉଚି । କୋଟି କୋଟି ଟଙ୍କା ବ୍ରିଜ ବାବଦରେ ଖର୍ଚ୍ଚ ସାରିଲାଣି । ଆଉ କାମ ଏମିତି ଅଧାରୁ ଛାଡ଼ି ହେବ ନାହିଁ ।