Hot Posts

6/recent/ticker-posts

ମଦନ ମୋହନ ମଠରେ ସମୀକ୍ଷା ବୈଠକ: ଅନ୍ନଦାନ ଓ ସଫେଇ ଉପରେ ଆଲୋଚନା

ଯାଜପୁର, ୦୧/୦୫ ( ନିରୋଜ କୁମାର ସେଠୀ ) : ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦୁଇ ଦିନ ଧରି ଦେୟ ମୁକ୍ତ ଅନ୍ନଦାନ ପାଇଁ ମଦନ ମୋହନ ମଠ ପରିସର ରେ ଉପସଭାପତି କୁଳମଣୀ ନାୟକ ଙ୍କ ସଭାପତିତ୍ବ ରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ପ୍ରସାଦ ପ୍ରସ୍ତୁତି, ପାନୀୟ ଜଳ ସହିତ ସଫେଇ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ କୋଷାଧ୍ୟକ୍ଷ ଭଗବାନ ଦାଶ, ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ, ପୂର୍ବତନ ସଭାପତି ବସନ୍ତ କୁମାର ଶତପଥୀ,ରକ୍ତ ସଚୀବ ଶୁଭେନ୍ଦୁ ଶତପଥୀ, ଅରବିନ୍ଦ ଦାଶ, ମାନସ ରଞ୍ଜନ ମଲ୍ଲିକ, ଚନ୍ଦନ ମହାରଣା, ଅଭିନ୍ନ ସାହୁ, ବିଶ୍ୱଜିତ୍ ଦାସ, ନିଗାମନନ୍ଦ ଖୁଣ୍ଟିଆ, ବସନ୍ତ ପାତ୍ର, ସତ୍ୟ ନାରାୟଣ ଜେନା,ସାମ୍ବାଦିକ ଗଗନ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ