Hot Posts

6/recent/ticker-posts

କାଳ ବୈଶାଖୀ ଓ ପ୍ରବଳ ଝଡତୋଫାନ ଯୋଗୁଁ କ୍ଷତିଗ୍ରସ୍ତ ହେଲେ ଦୁଇ ପରିବାର, ସହାୟତା ପାଇଁ ଦାବୀ !

କଳାହାଣ୍ଡି, ୦୧/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : କାଳବୈଶାଖୀ ଓ ଆକସ୍ମିକ ଝଡତୋଫାନ ସହ ବର୍ଷା ଯୋଗୁଁ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତରେ ବ୍ଯାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଗତ ୩୦ତାରିଖ ମଧ୍ଯ-ରାତିରେ ନିଶ୍ଚିତ ହୋଇ ଶୋଇଥିବା ଅବସ୍ଥାରେ ହଠାତ ଝଡତୋଫାନ ଓ ପ୍ରବଳ ବର୍ଷା ହେବା ଫଳରେ ଶ୍ରୀମସ୍କା ଗ୍ରାମର ସିଦାସ ନାଏକ ଓ ମହେଶ୍ବର ନାଏକଙ୍କ ପରିବାର ବ୍ଯାପକ ଭାବେ କ୍ଷତିଗ୍ରସ୍ତ ହେବା ସହ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଝଡତୋଫାନ ଏତେ ଶକ୍ତିଶାଳୀ ଥିଲା ଯେ, ଉଭୟଙ୍କ ଘରର ଆଜବେଷ୍ଟ ଛାତ ଉଡିଯାଇଛି। ନିଜକୁ ସୁରକ୍ଷିତ କରିବାକୁ ଯାଇ ଆହତ ହୋଇଥିବା ଦେଖିବାକୁ ମିଳିଛି । ରାତି ସପରିବାର ଶୋଇଥିବା ବେଳେ ହଠାତ୍ ପ୍ରବଳ ପବନ ସହିତ ବର୍ଷା ଯୋଗୁଁ ଆସବାବପତ୍ର ଲୁଗାପଟା ସବୁ ଭିଜି ନଷ୍ଟ ହୋଇ ଯାଇଛି । ବହୁ କଷ୍ଟରେ ନିର୍ମାଣ କରିଥିବା ବାସଗୃହର କ୍ଷତି ହୋଇଥିବା ଯୋଗୁଁ ବର୍ତ୍ତମାନ ବାସହରା ହୋଇ ଯାଇଛନ୍ତି ଉଭୟ ପରିବାର। ପ୍ରଶାସନ ଉଚିତ ତଦନ୍ତ କରି କ୍ଷତିଗ୍ରସ୍ତ ଦୁଇ ପରିବାରକୁ ବାସଗୃହ ଯୋଗାଇ ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏଠାରେ ସୂଚନାଯୋଗ୍ଯ ଯେ,ଗତ ୨୯ ତାରିଖ ସନ୍ଧ୍ୟାରେ ମଧ୍ଯ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇ ଥିବାରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଏଭଳି ପରିସ୍ଥିତିରେ ଅଦିନିଆ ଝଡତୋଫାନ ଗରୀବ ପରିବାରର ଜୀବନ ଜୀବିକା ପ୍ରତି ଗଭୀର ଭାବରେ ପ୍ରଭାବିତ କରିଥିବାରୁ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୁଏ ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ