Hot Posts

6/recent/ticker-posts

ଝାରସୁଗୁଡାରେ ବେଆଇନ ପାଉଁଶ ଫିଙ୍ଗିବା ଉପରେ ରୋକ ଲଗାଇବାକୁ ଜିଲ୍ଲାପାଳ ଙ୍କୁ ବିଧାୟକଙ୍କ ଚିଠି ଓ ୨୪×୭ ଟାକ୍ସ ଫୋର୍ସ ଗଠନ ପାଇଁ ଦାବୀ


ଝାରସୁଗୁଡା, ୦୧/୦୫ ( ଅନିଲ କୁମାର ସରାଫ ) : ଝାରସୁଗୁଡା ସହର ଓ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ବେଆଇନ ପାଉଁଶ ଫିଙ୍ଗା କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ।ଏହି ଵେଆଇନ କାର୍ଯ୍ୟକଳାପ ଉପରେ କଡା ନଜର ରଖିବା ପାଇଁ ଏକ ୨୪×୭ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରିବାକୁ ସେ ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ।ବିଧାୟକ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ,କିଛି ଅସାମାଜିକ ପରିବହନକାରୀ ଏବଂ କଳକାରଖାନା ମାଲିକଙ୍କ ମଧୁଚନ୍ଦ୍ରିକାରେ ବିଳମ୍ୱିତ ରାତିରେ ଜନବସତି ଓ ପରିଧି ଅଞ୍ଚଳରେ ବେଆଇନ ଭାବେ ପାଉଁଶ ଫିଙ୍ଗା ଯାଉଛି ।ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡୁଛି ।ବିଶେଷ କରି ବାୟୁ ଏବଂ ମୃତ୍ତିକାର ଗୁଣବତ୍ତା ନଷ୍ଟ ହେଉଥିବା ଵେଳେ ସାଧାରଣ ନାଗରିକଙ୍କ ଜୀବନଜୀବିକା ବିପଦରେ ପଡିଛି ।ପ୍ରଦୂଷଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପ୍ରତିନିଧି ମାନଙ୍କୁ ନେଇ ଏକ ୨୪×୭ ଘଣ୍ଟିଆ ଟାକ୍ସ ଫୋର୍ସ ଗଠନ କରାଯାଉ ।ବିଭିନ୍ନ ସନ୍ଦେହଜନକ ସ୍ଥାନ ଏବଂ ପରିବହନ ରୁଟରେ ରାତ୍ରିକିଳୀନ ପାଟ୍ରୋଲିଂ ଓ ଚଢାଉ କରାଯାଉ ।ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ପରିବହନକାରୀ ଓ କଳକାରଖାନା ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଉ,ଯାହାଦ୍ୱାରା ଏହି ପ୍ରକିୟାରେ ସ୍ୱଚ୍ଛତା ରହିଵ ।ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ଏବଂ କଠୋର ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ତ୍ରିପାଠୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି,ଯାହାଦ୍ୱାରା ଝାରସୁଗୁଢାର ପରିବେଶ ସୁରକ୍ଷିତ ରହିପାରିଵ ଓ ଜନସାଧାରଣ ସୁରକ୍ଷିତ ରହି ପାରିବେ ସୂଚନା ଦେଇଛନ୍ତି ।