Hot Posts

6/recent/ticker-posts

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

ରାୟଗଡ଼ା, ୦୧/୦୫ ( ଭି. ଗୌରି ଶଙ୍କର ରାଓ ) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ଦାମୋଦର ରଥ ଙ୍କ ପୌରହିତ୍ୟରେ ଏବଂ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଅଦ୍ୟ ତା-୦୧.୦୫.୨୦୨୬ ରିଖ ଶୁକ୍ରୁବାର ସମୟ ଘ.୨.୦୦ମି ସମୟ ରେ ସ୍ଥାନୀୟ ସିଭିଲ କୋଟ ପରିସରରେ ଥିବା ଭି.ସି. ହଲ ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି I ଅନ୍ୟପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ପୋକ୍ସ) ଶ୍ରୀ ସଞ୍ଜିତ୍ କୁମାର ବେହେରା, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ରେଜିଷ୍ଟ୍ରାର ଶ୍ରୀ ରାଣା ଘୋସ୍, ଡିଭିଜନାଲ ଲେବର କମିଶନର ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ, ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀ ରବିନ୍ଦ୍ରନାଥ ତ୍ରିପାଠୀ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ସୁକାନ୍ତ ଦାସ ସମେତ ସମସ୍ତ ଶ୍ରମିକ ଏହି ସଭାରେ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥି ମାନେ ନିଜର ଅଭିଭାଷଣରେ ଶ୍ରମିକ ମାନଙ୍କର ଅଧିକାର, ସରକାରଙ୍କ ଦ୍ୱାରା ଉପଲବ୍ଧ ଥିବା ବିଭିନ୍ନ ସୁବିଧା ସୁଯୋଗ ଏବଂ ଶ୍ରମିକ ମାନଙ୍କ ପାଇଁ ଉପଲବ୍ଧ ଥିବା ଆଇନର ବିଭିନ୍ନ ଦିଗ ସଂପର୍କରେ ନିଜ ନିଜର ଅଭିଭାଷଣ ବ୍ୟକ୍ତ କରିଥିଲେ I ଏହି ଉତ୍ସବରେ ବହୁ ଶ୍ରମିକ ହିତାଧିକାରୀଙ୍କୁ ମୃତ୍ୟକାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତା, ଶ୍ରମ ପଞ୍ଜିକା (Labour Card) ବିତରଣ କରାଯାଇଥିଲା I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଶ୍ରମିକ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I