Hot Posts

6/recent/ticker-posts

ବରୀରେ ବିଶ୍ବ ଶ୍ରମିକ ଦିବସ ପାଳନ

ବରୀ, ୦୧/୦୫ ( ରଂଜିତ ମହାନ୍ତି ) : ସକାଳ ୭ ଘଟିକା ୩୦ ମିନିଟରେ ବିଶ୍ବ ଶ୍ରମିକ ଦିବସ ବରୀ ସ୍ଥିତ ଅଜାଣ ବନ ଶୋଭନୀୟ ଶିକ୍ଷାଶ୍ରମ ନିକଟରେ ବାମପନ୍ଥୀ ନେତା ମମଥ ନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କମ୍ରେଡ ଦେବବ୍ରତ ମହାନ୍ତି ଆଜିର ଦିବସ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମଲ୍ଲମଥ ନାଥ ଦାସ ଶ୍ରମିକ ପତାକା ଉତ୍ତୋଳନ କରି କିଭଳି ଭାବରେ ଆମେରିକାରୁ ଏହି ସଂଗ୍ରାମ ଆଜିର ଦିନରେ ଆରମ୍ଭ ହୋଇଥିଲା ବକ୍ତବ୍ୟ ରଖିଥିଲେ । ବିଶିଷ୍ଠ କୃଷକ ନେତା ତଥା ସଂଗଠକ ନିମାଇଁ ଚରଣ ରାୟ ଭାରତରେ ଏହି ଦିବସ ପାଳନର ଆବଶ୍ୟକ‌ତା ଓ ଶିକ୍ଷକ ନେତା ଦିଲ୍ଲୀପ ଦାସ ଆଜିର ସମୟରେ ଶ୍ରମିକ ସଂଗଠନର ଆବଶ୍ୟକ‌ତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଠ ଶିକ୍ଷକ ନେତା ଡଃ ନୃସିଂହ ଚରଣ ବେହେରା, କିଶୋର ଚନ୍ଦ୍ର ଜେନା, କୃଷକ ନେତା ମାଧବାନନ୍ଦ ଶାନ୍ତି, ଜ୍ଞାନରଞ୍ଜନ ଦାସ, ବଲ୍ଲଭ ଜେନା, ମକରଧ୍ୱଜ ସାହୁ, ବୀରକିଶୋର ଜେନା, ବେଣୁଧର ଶାନ୍ତି ପ୍ରଭୃତି ତାଙ୍କ ବକ୍ତବ୍ୟରେ ଶ୍ରମିକ ସଂଗଠନର ଆବଶ୍ୟକତା, ଆଜିର ଦିବସର ତାତ୍ପଜ୍ୟ ଆଦି ଉପରେ ଆଲୋକପାତ କରିଥିଲେ । ବିଶିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ ତାଙ୍କ ବକ୍ତବ୍ୟରେ ବରୀରେ ଏହି ଦିବସ ପାଳନର ଆବଶ୍ୟକତା ଓ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ରଥ ଶାନ୍ତି ଓ ଅନ୍ୟ ସ୍ଥାନୀୟ ବାସିନ୍ଦା ସହଯୋଗ କରିବା ସହ ସମସ୍ତେ ସହିଦ ଶ୍ରମିକଙ୍କ ସ୍‌ମୃତିରେ "ଲାଲ ସହିଦ ସ୍ତମ୍ବ" ରେ ପୁଷ୍ପ ଅର୍ଘ୍ୟ ପ୍ରଦାନ କରିବା ସହ ସର୍ବ ଭାରତୀୟ ସଂଗଠକ କମ୍ରେଡ ଦେବବ୍ରତ ମହାନ୍ତିଙ୍କର ବରୀରେ ଏହିଭଳି କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇ ଥିଲେ । ଶ୍ରମିକ ଏକତା ଜିନ୍ଦାବାଦ ସହ ଆଜିର କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।