Hot Posts

6/recent/ticker-posts

ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରୀୟ ଗ୍ରାମିଣ ବିକାଶ ମନ୍ତ୍ରୀ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ।

ରାୟଗଡ଼ା, ୦୧/୦୫ ( ଭି. ଗୌରି ଶଙ୍କର ରାଓ ) : ଆଜି ରାୟଗଡ଼ାରେ ଜିଲ୍ଲା ରେ ଗସ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମ କରା ଯାଇଚି। ସମାରୋହ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ଓ ଜାମିନି ସୋଡ଼ଙ୍ଗି ଗ୍ରାମୀଣ ସଡକ ଯୋଜନା ସଚିବ ଯୋଗ ଦେଇ କାର୍ଯ୍ୟକ୍ରମରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର କରା ଯାଇଚି।ରାୟଗଡା ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ ହେବ । ଏଥି ପାଇଁ ୫୬୨.୧୦କୋଟି ଟଙ୍କା ବ୍ୟୟ ହେବ ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଜନବସତିକୁ ଯୋଗାଯୋଗ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।ସେହିପରି ଜିଲ୍ଲାରେ ନୂତନ ଭାବରେ ୫୫୨.୨୧କିମି ନୂତନ ରାସ୍ତା ନିର୍ମାଣ ହେବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ରେ ରାୟଗଡ଼ା ଜିଲ୍ଲାରେ ଓଡିଶାର ସର୍ବାଧିକ ପ୍ରକଳ୍ପ ରହିଛ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନେତୃତ୍ବରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନ ଙ୍କ ଦ୍ୱାରା କାର୍ଯ୍ୟକର୍ମ ସଫଳ ହୋଇଛି ।