Hot Posts

6/recent/ticker-posts

ଶାବର ଶ୍ରୀକ୍ଷେତ୍ର ଦେଶିଆ ନାଟ ଗୁରୁ ସଂଘର ବୈଠକ ଅନୁଷ୍ଠିତ

ଡାବୁଗାଁ, ୧୯/୦୫ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମାଝୀ ଗୁଡ଼ା ଠାରେ ଶାବର ଶ୍ରୀକ୍ଷେତ୍ର ଦେଶିଆ ନାଟ ଗୁରୁ ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ନାଟ ଗୁରୁ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଜିଲ୍ଲା ଶ୍ରାବର୍ ଶ୍ରୀକ୍ଷେତ୍ର ଦେଶିଆ ନାଟ ଗୁରୁ ଜିଲ୍ଲା ସଭାପତି କୁନୁ ଗୁରୁଙ୍କ ସଭାପତିତ୍ବରେ ସମସ୍ତଙ୍କୁ ସ୍ଵାଗତ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ଉକ୍ତ ବୈଠରେ ଗୁରୁ ସଂଘକୁ ସୁଦୃଢ କରିବା ସହ ଆଦିବାସି କଳା ଓ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ନାଟକ ମାଧ୍ୟମରେ ପରିବେଷଣ କରାଯାଉଥିବା ଅଶ୍ଲିନ ସଙ୍ଗୀତ , ନାଚ, ଉଦ୍ଦୀପନା, ପୋଷାକ ପରିଛଦ, ସମାଜ ପ୍ରତି କୁପ୍ରଭାବ ପକାଇବା ସହ ବିଶୃଙ୍ଖଳିତ ଆଚରଣ ଶିକ୍ଷା ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଥିଲେ |ମେ ମାସ ୩୧ ତାରିଖ ସୁଦ୍ଧା କୌଣସି ନାଟରେ କଳାକାର ମାନଙ୍କୁ ଭଡ଼ା ନେବା ବନ୍ଦ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି | ଶାବର ଶ୍ରୀକ୍ଷେତ୍ର ଦେଶିଆ ନାଟ ଗୁରୁ ସଂଘର ନୀତି ଓ ନିୟମକୁ ଉଲ୍ଲଂଘନ କରିଥିବାରୁ ଝରିଗାଁ ବ୍ଲକ ଅନ୍ତର୍ଗତ କାନାକୋଟ ଗ୍ରାମର ନାଟକ କୁ ପାରମ୍ପରିକ ଯାନିଯାତ୍ରା ରେ ନାଟ ନ କରିବା ପାଇଁ ଗୁରୁ ମାନେ ସର୍ବ ସହମତ କ୍ରମେ ନିଷ୍ପତି ନେବା ସହ ଚାରିଗୋଟି ଗୁରୁଙ୍କୁ ମଧ୍ୟ ବହିଷ୍କାର କରିଥିବା ସଭାପତି କୁନୁ ଗୁରୁ ମତ ବ୍ୟକ୍ତ କରିଛନ୍ତି | ଉକ୍ତ ବୈଠକରେ ସମ୍ପାଦକ ପ୍ରଦୀପ ଗୁରୁ , ଘନଶ୍ୟାମ ଗୁରୁ , ଡମ୍ବରୁ ଗୁରୁ, ସହ ୧୦ ଗୋଟି ବ୍ଲକର ସଭାପତି ଭୁଜବଳ ଗୁରୁ ଲକ୍ଷ୍ମୀନାରାୟଣ ଗୁରୁ ଜଗବନ୍ଧୁ ଗୁରୁ, କୈଳାଶ ଗୁରୁ, ସାନ୍ତୁ , ଫୁଳସୀଙ୍ଗ , ଖଗପତି,ସମେତ ଅନେକ ବରିଷ୍ଠ ଗୁରୁ , ବାଦ୍ୟ କାର ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତିରେ ସଭା କାର୍ଯ୍ୟକୁ କୁନୁ ଗୁରୁ ସଭା ସଙ୍ଗ କରିଥିଲେ |