Hot Posts

6/recent/ticker-posts

ମାଆ ବିଡ୍ରୀ ମନ୍ଦିର ଚୋରି ଘଟଣାରେ ୨ ଚୋର ଗିରଫ

ଉମରକୋଟ, ୧୯/୦୫ ( ନକୁଳ ଭତ୍ରା ) : ଉମରକୋଟ ଅଞ୍ଚଳରେ ଥିବା ମାଆ ବିଡ୍ରୀ ଠାକୁରାଣୀ ମନ୍ଦିରରେ ଚୋରି ହୋଇଥିବା ଘଟଣାରେ ଆଜି ଉମରକୋଟ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କିଛି ଚୋରି ସାମଗ୍ରୀ ଜବତ କରିବା ସହ କୋର୍ଟ ଚାଲାଣ କରି ଥିବା ଏକ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ପ୍ରକାଶ କରିଛନ୍ତି। ଉମରକୋଟ-ନବରଙ୍ଗପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ବିଡିରୀ ସ୍ଥିତ ମନ୍ଦିରରୁ ଚୋରମାନେ ରୂପା ମୁକୁଟ, ଛତ୍ର, ପିତଳ ସାମଗ୍ରୀ ସହ ନଗଦ ଟଙ୍କା ଗତ ଛ ତାରିଖ ରାତିରେ ଚୋରି କରିଥିବା ଅଭିଯୋଗ ହୋଇଥିଲା।ଚୋରମାନେ ଚାରୋଟି ଟି ରୁମ୍ ତାଲା ଭାଙ୍ଗିବା ସହିତ ଦୁଇଟି ଘରର ତାଲା ମଧ୍ୟ ଭାଙ୍ଗିବା,ପରେ ମନ୍ଦିର ଭିତରେ ରହିଥିବା ବିଭିନ୍ନ ପୂଜା ସାମଗ୍ରୀ ଚୋରି କରି ନେଇଥିଲେ ।ଚୋରମାନେ ଠାକୁରାଣୀଙ୍କ ୧୫ଟି ରୂପା ମୁକୁଟ ୪ଟି ରୂପା ଛତ୍ର, ୩ଟି ପିତଳ ଥାଳି, ୪ଟି ପିତଳ ଢାଳ, ଗୋଟିଏ ମାଇକ ସେଟ୍ ଏବଂ ୨ଟି ଫାର୍ସା ଟାଙ୍ଗିଆ ମଧ୍ୟ ଚୋରି କରିଥିଲେ । ଏଥିସହ ଠାକୁରାଣୀଙ୍କ ଦକ୍ଷିଣା ବାବଦରେ ରହିଥିବା ପ୍ରାୟ ୫ ହଜାର ଟଙ୍କା ମଧ୍ୟ ଚୋରମାନେ ଚୋରି କରିଥିବା ଏତଲାରେ ଦର୍ଶାଇ ଥିଲେ।ଆଜି ଏହି ଦୁଇ ଚୋର ଭଗବାନ ଗୌଡ଼ ଓ ରାହା କୁଶବାହା ଠାରୁ ଗୋଟିଏ ମାଇକ ସେଟ,ଦୁଇଟି ପିତ୍ତଳ ଥାଳି, ଦୁଇଟି ପିତ୍ତଳ ଢାଳ,ଦୁଇଟି ରୁପା ମୁକୁଟ, କିଛି ମୁଦ୍ରା ଓ ଚୋରୀରେ ବ୍ୟବହାର ହୋଇଥିବା ଲୁହା ରୋଢ଼ ଜବତ କରିଛନ୍ତି। ଦୁଇ ଜଣ ଅଭିଯୁକ୍ତ ଚୋର ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇ ଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ଏହି ସାମ୍ବାଦିକ ସମ୍ମିଳନୀ ରେ ଉମରକୋଟ SDPO ଶୁଭେନ୍ଦୁ ଶବର ଓ IIC ଉପସ୍ଥିତ ଥିଲେ।