Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅଷ୍ଟମ ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍‌ଘାଟିତ

ନୂଆପଡ଼ା, ୧୬/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅଷ୍ଟମ ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥ୍ ରୂପେ ଖଡ଼ିଆଳ ବ୍ଲକ ଅଧ୍ଯକ୍ଷା ପୁଷ୍ପାଞ୍ଜଳି ନନ୍ଦ ଯୋଗଦେଇ ନାଟ୍ୟ ପରମ୍ପରା ଖଡ଼ିଆଳକୁ ସ୍ବତନ୍ତ୍ର ପରିଚୟ ଦେଇଛି। ନାଟକରେ ଶିକ୍ଷଣୀୟ ସନ୍ଦେଶସମାଜକୁ ସଚେତନ ଓ ସମୃଦ୍ଧ କରେ ବୋଲି ପ୍ରକାଶ କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସତିଶ ପଟ୍ଟନାୟକ ଓ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗଦେଇ ଏହି ପ୍ରତିଯୋଗିତା ଲେଖକ, ନିର୍ଦ୍ଦେଶକ, କଳାକାରଙ୍କୁ ସୁଯୋଗ ପ୍ରଦାନ କରେ ବୋଲି ମତବ୍ୟକ୍ତ କରିଥିଲେ। ତିନିଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅଞ୍ଚଳର ବହୁ କ୍ଷୁଦ୍ର ନାଟକ ପ୍ରଦର୍ଶିତ ହେବ।