ଜୟପାଟଣା, ୧୬/୫ ( ରିତେଶ କୁମାର ମୁଣ୍ଡ ) : ନିରଞ୍ଜନ ଛତ୍ରିଆ ହେଲେ କଳାହାଣ୍ଡି ଜିଲ୍ଲା ବିଜେପି ଏସସି ମୋର୍ଚ୍ଚା ଉପସଭାପତି, ସେ ଦୀର୍ଘ ଦିନ ରୁ ପାର୍ଟୀ ରେ ନିଷ୍ଠାବାନ କର୍ମି ଭାବେ ଅନେକ ପଦପଦବୀ ରହି ଯଥା ଜୟପାଟଣା ବ୍ଳକ ବିଜେପି ବାନେର ର ମଣ୍ଡଳ ପୂର୍ବତନ ସଭାପତି , ମଣ୍ଡଳ ପ୍ରତିନିଧି , ଜିଲ୍ଲା କୃଷକ ମୋର୍ଚା ସମ୍ପାଦକ , ଜିଲ୍ଲା କୃଷକ ମୋର୍ଚା ଉପସଭାପତି ଭଳି ଗୁରୁତ୍ବ ପୂର୍ଣ୍ଣ ଦାୟିତ୍ବ ପାଇ ନିଷ୍ଠାର ସହିତ କାର୍ଯ୍ୟ ସୁଚାରୁ ରୁପେ ତୁଲାଇ ଛନ୍ତି, ସେ ଏହି ପଦବୀ ପାଇବା ପରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ଜିଲ୍ଲା ଅନୁସୂଚୀତ ଜାତି ମୋର୍ଚ୍ଚା ସଭାପତି ବିଷ୍ଣୁ ନାଏକ,ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ପୁର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ, ପୁର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ରାଜ୍ୟ ଉପସଭାପତି ଭବେନ୍ଦ୍ର କୁମାର୍ ପଣ୍ଡା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦିଶାରୀ , ରାଜ୍ୟ ଆଦିବାସି ମୋର୍ଚା ଉପସଭାପତି ରମେଶ ଚନ୍ଦ୍ର ମାଝୀ , ପୁର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ସମସ୍ତ ବରିଷ୍ଠ ନେତୃତ୍ବ ଓ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ କୃତଜ୍ଞତା ଜଣାଇବା ସହିତ ଆଗମୀ ଦିନରେ ଏସସି ମୋର୍ଚା କୁ ସଂଘଟିତ କରି ସମାଜ ର ସେବା ଓ ସମସ୍ୟାର ସମାଧାନ କରିବି ବୋଲି ନିଜ ପ୍ରତିକ୍ରିୟା ରଖିଛନ୍ତି
କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
