Hot Posts

6/recent/ticker-posts

ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ଛତୁ ଚାଷର ଉଦ୍ଭାବକ ପ୍ରଫେସର ଡ଼ଃ ଅଦୈତ୍ୟ ପାତ୍ରଙ୍କ ୮୫ ତମ ଜୟନ୍ତୀ ପାଳିତ।

ବାଲିଆପାଳ, ୯/୫ ( ସନ୍ୟାସୀ ବେହେରା ) : ଉତ୍କଳ ସମ୍ମିଳନୀ ବାଲିଆପାଳ ଶାଖା ପକ୍ଷରୁ ବାଲିଆପାଳ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଅଡିଟୋରୀୟମ ହଲରେ ଓଡ଼ିଶାର ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ଛତୁ ଚାଷର ଉଦ୍ଭାବକ ଡ଼ଃ ଅଦୈତ୍ୟ ପାତ୍ରଙ୍କ ୮୫ ତମ ଜୟନ୍ତୀ ପାଳିତ ହୋଇଯାଇଛି।ଉତ୍କଳ ସମ୍ମିଳନୀ ବାଲିଆପାଳ ଶାଖାର କାର୍ଯ୍ୟକାରୀ ସଭାପତି ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ଡ଼ଃ ସୁଶାନ୍ତ କୁମାର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ଉତ୍କଳ ସମ୍ମିଳନୀ ରାଜ୍ୟ ଉପ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷାବିତ ନିରଞ୍ଜନ ପଣ୍ଡା,ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ଦୀନକୃଷ୍ଣ ସାହିତ୍ୟ ପରିଷଦର ସମ୍ପାଦକ କବି ବିପିନ ବିହାରୀ ବିଶ୍ୱାଳ,ସମ୍ମାନିତ ଅତିଥି ଭାବରେ ବାଲିଆପାଳ ବରିଷ୍ଠ ନାଗରିକ ପରିଷଦର ସଭାପତି ନାରାୟଣ ପ୍ରସାଦ ସାହୁ,ବାଲିଆପାଳ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ ଦେ,ରୋଟାରି କ୍ଲବର ସଭାପତି ଇଂ ସୁଶାନ୍ତ ଚକ୍ରବର୍ତ୍ତୀ, ବାଘାଜତିନି ସ୍ମୃତି ପରିଷଦର ସଭାପତି ଅରବିନ୍ଦ ବେହେରା, ଆଇନଜୀବୀ ଜୋତ୍ସ୍ନା ମହାନ୍ତି, ପ୍ରାକ୍ତନ ଡିଆଇ ସୁବାସ ଚୌଧୁରୀ, ଅବସର ପ୍ରାପ୍ତ ସେନା ଅଧିକାରୀ କମଳ ଲୋଚନ ପିଳା,bଲଂଗଳେଶ୍ୱର ବରିଷ୍ଠ ନାଗରିକ ପରିଷଦର ସଭାପତି ସୁଶାନ୍ତ ବେହେରା, ସମାଜସେବୀ ଚିତ୍ତରଞ୍ଜନ ଜେନା,ଆମ୍ବେଦକର ବିଚାର ମଞ୍ଚର ସଭାପତି ବୈଲୋଚନ ପାତ୍ର, ଅଧ୍ୟାପକ ବିପିନ ପାତ୍ର, ଉତ୍କଳ ସମ୍ମିଳନୀ ସୋର ଶାଖାର ଉପସଭାପତି ମିନତୀ କର ପ୍ରମୁଖ ଯୋଗଦେଇ ଡ଼ଃ ଅଦୈତ୍ୟ ପାତ୍ରଙ୍କ ବହୁମୁଖି ଗୁଣାବଳୀ ଉପରେ ଆଲୋକ ପାତ କରି କହିଥିଲେ କି ଆଜି ଯଦି ପ୍ରତିଟି ଅଞ୍ଚଳରେ ଖେଳ ଶିକ୍ଷକ ଦେଖିବାକୁ ପାଉଛୁ କି ଆମ ଅଂଚଳର ଖେଳ ଶିକ୍ଷକ ହେବା ପାଇଁ ପାଠ ପଢ଼ିବାର ସୁଯୋଗ ପାଉଥିବା ପିଲାଙ୍କ ପାଇଁ ବାଲିଆପାଳ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ହେଉଛି ଡ଼ଃ ଅଦୈତ୍ୟ ପାତ୍ରଙ୍କ ମାନସ ପୁତ୍ର।ଏହି ବିଦ୍ୟାଳୟକୁ ୧୯୮୧ ମସିହାରେ ସେ ପ୍ରତିଷ୍ଠା କରିଥିଲେ। ଯାହାକି ଆଜି ଏଠାରେ ରାଜ୍ୟ ଓ ରାଜ୍ୟ ବାହାରର ପିଲା ମାନେ ପାଠ ପଢ଼ିବାର ସୁଯୋଗ ପାଉଛନ୍ତି। ସେହିପରି ଓଡ଼ିଶାରେ ଛତୁ ଚାଷର ଉଦ୍ଭାବନ କରି ବେଶ ପରିଚିତ ହୋଇଥିଲେ ଶ୍ରୀ ପାତ୍ର,ଦୀର୍ଘବର୍ଷ ଧରି ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି,ରାଜ୍ୟ ନିଶାନିବାରଣ ଆନ୍ଦୋଳନରେ ନିଜକୁ ସାମିଲ କରିବା ସହିତ ଅବସର ପରେ ଗୋଟିଏ ଦିନ ଅବସର ନେଇ ନାହାନ୍ତି।ସବୁବେଳେ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି। ଆଜି ଆମେ ତାଙ୍କର ୮୫ ତମ ଜୟନ୍ତୀ ପାଳନ କରି ନିଜକୁ ଗର୍ବ ଅନୁଭ କରୁଛୁ ବୋଲି ବକ୍ତା ମାନେ କହିଥିଲେ।ଏହି ଅବସରରେ ଡ଼ଃ ଅଦୈତ୍ୟ ପାତ୍ର ଯୋଗଦେଇ ତାଙ୍କ ଜୟନ୍ତୀକୁ ଏପରି ଭବ୍ୟ ଆଡ଼ମ୍ବର ସହକାରେ ପାଳନ କରାଯାଇଥିବାରୁ ଆୟୋଜକ ମାନଙ୍କୁ ଅନ୍ତରରୁ କୃତଜ୍ଞତା ଜଣାଇଥିଲେ।ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଡ଼ଃ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉତ୍କଳ ସମ୍ମିଳନୀ ବାଲିଆପାଳ ଶାଖା ସଭାପତି ଡ଼ଃ କୁଞ୍ଜକାନ୍ତ ପାତ୍ର ଓ ସମ୍ପାଦକ ସାମ୍ବାଦିକ ତଥା କବି ଡ଼ଃ ସନ୍ୟାସୀ ବେହେରା ଏବଂ କମିଟିର ସଦସ୍ୟଙ୍କ ପକ୍ଷରୁ ଶ୍ରୀ ପାତ୍ରଙ୍କୁ ମାନ ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା, ବାଲିଆପାଳ ଆଜାଦହିନ୍ଦ ଫାଉଂଡେସନ ର ଯୁବ ସଂଗଠନ ସହିତ ବାଲିଆପାଳ,ଭୋଗରାଇ,ଜଳେଶ୍ବର, ବସ୍ତା ତଥା ଜିଲ୍ଲା ବାହାର ଅଞ୍ଚଳରୁ ବହୁ ବ୍ୟକ୍ତି ଏବଂ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇ ଶ୍ରୀ ପାତ୍ରଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ସହିତ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବାଲିଆପାଳ ବ୍ଲକର ବିଭିନ୍ନ ବିଦ୍ୟାଳୟର ବିଗତ ମେଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କ ସମ୍ବର୍ଦ୍ଧିତ କରାଯାଇଥଲା।ଶେଷରେ ଶାରୀରିକ ଶିକ୍ଷା ମହା ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଜନ୍ମ ଦିନର କେକ କଟାଯାଇଥିଲା।ଡ଼ଃ କୃଷ୍ନା କୁମାରୀ ନାୟକ ଅତିଥିଙ୍କୁ ମଞ୍ଚ ଆହ୍ଵାନ କରିଥିବା ବେଳେ କ୍ଷୀତିଶ କୁମାର ଜେନା ଧନ୍ୟବାଦ ଦେଇଥିଲେ।.