Hot Posts

6/recent/ticker-posts

ରାସ୍ତା ପାର୍ଶ୍ବରେ ବାଲି,ମାଟି,ଚିପ୍ସ ଓ ମୋରମ ଗଦା ଯୋଗୁଁ ଜନସାଧାରଣ ଯାତାୟତରେ ଘୋର ଅସୁବିଧାର ଓ ଦୃଘଟଣା ସମ୍ମୁଖିନ ହେଉଛନ୍ତି।

ବାଲେଶ୍ୱର, ୯ / ୫ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ଅମର୍ଦାରୋଡ ନଟାକଟା ପଞ୍ଚାୟତର ଓ ବସ୍ତା ବ୍ଲକର ବିଭିନ୍ନ ରାସ୍ତା ପାର୍ଶ୍ବରେ ଓ ରାସ୍ତା ଉପରେ ବାଲି,ମାଟି, ମୋରମ ଓ ଚିପ୍ସ ଗଦା ହୋଇଥିବା ଦେଖିବାକୁ ମିଳୁଛି। ଯାହାଫଳ ରେ ଯାତାୟତରେ ବାଧା ସୃଷ୍ଟି ହେଉଛି।ଯିବା ଆସିବା ସମୟରେ ବିଶେଷ କରି ରାତ୍ରୀ ସମୟରେ ପଥଚାରି ମାନେ ଦୃଘଟଣା ସମ୍ମୁ ଖିନ ହେଉଛନ୍ତି। ଜୈନିକ ଠେକାଦାର ମାନେ ଅଧିକ ଲାଭ ଲୋଭ ରେ ରାସ୍ତା ପାର୍ଶ୍ବରେ ଷ୍ଟକ ପଏଣ୍ଟ କରି ଗଦା କରି ବିକ୍ରୀ କରୁଛନ୍ତି।ଏମାନଙ୍କୁ ମୋରମ, ଚିପ୍ସ, ବାଲି ଗଦାକୁ ଦେଖି ଲୋକମାନେ ମଧ୍ୟ ରାସ୍ତା ଉପରେ ଘର ନିର୍ମାଣ ସାମଗ୍ରୀ ଗୁଡିକ ରଖୁଛନ୍ତି।ଷ୍ଟକ ହୋଇ ଥିବା ସ୍ଥାନରୁ ବାଲି,ମାଟି,ମୋରମ ଲୋଡ କରୁଥିବା ସମୟରେ ବାଲି, ଚିପ୍ସ, ମୋରମ ରାସ୍ତା ଉପରେ ପଡ଼ୁଥିବା ଯୋଗୁଁ ଦୃଘଟଣା ମାନ ଘଟୁଛି।ପ୍ରଶାସନ ଏହା ଦେଖୁଥିଲେ ବି ଗୁରୁତ୍ବ ଦେଉ ନଥିବା ରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ଜନସାଧାରଣଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି କିଛି ବଡ ଅଘଟଣ ହେବା ପୂର୍ବରୁ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।


ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l